Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଜେଇ ହେଉଛି ବଡ଼ଦାଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଜେଇ ହେଉଛି ବଡ଼ଦାଣ୍ଡ

ପୁରୀ: ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡକୁ ଆସିବେ କାଳିଆସାଆନ୍ତେ । ସେଥିପାଇଁ ସଜେଇ ହେଉଛି ବଡ଼ଦାଣ୍ଡ । ପଡ଼ୁଛି ଝୋଟି ଚିତା । ପ୍ରଚଣ୍ଡ ଖରା ପାଇଁ ରାତି ତମାମା ଦୀର୍ଘ ୧୦ ଦିନ ହେବ କାମରେ ଲାଗିଛନ୍ତି ରାଜ୍ୟର ବିଭିନ୍ନ ଆର୍ଟ କଲେଜର ପ୍ରତିଭାଦୀପ୍ତ ଶିଳ୍ପୀମାନେ । ଗତ ୭ ତାରିଖରୁ ରାଜ୍ୟର ଅନ୍ୟତମ ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ନିଦେ୍ର୍ଦଶନାରେ କାମ ଚାଲିଛି । ଶିଳ୍ପୀମାନେ ଓଡ଼ିଶାର ପାରମ୍ପରିକ ଝୋଟି ଚିତା ଯଥା ଓଡ଼ିଶୀ ଚିତ୍ରକୁ ବଡ଼ଦାଣ୍ଡରେ ଚିତ୍ରିତ କରି ଚାଲିଛନ୍ତି । ସିଂହଦ୍ୱାର ସମ୍ମୁଖରୁ ବାଗେଡ଼ିଆ ଧର୍ମଶାଳା ପର୍ଯ୍ୟନ୍ତ ରାସ୍ତାକୁ ଏଭଳି ଚିତ୍ରିତ କରାଯାଉଛି । ପାଖାପାଖି ୩୬ରୁ ୪୦ ହଜାର ସ୍କୋୟରଫୁଟର କାମ ହେଉଛି । ଯାହା ଏକ ଅନନ୍ୟ, ଆକର୍ଷଣୀୟ ତଥା ଆଖି ଝଲସିଗଲା ଭଳି କାମ । ବହୁତ ସୁନ୍ଦର ଦିଶୁଛି । ଏହାକୁ ନେଇ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଥିଲାବେଳେ ଶ୍ରୀଗୁଣ୍ଡିଚା ପରେ ରାଜନଅର ପର୍ଯ୍ୟନ୍ତ ଚିତ୍ର କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିଦେ୍ର୍ଦଶ ମଧ୍ୟ ହୋଇଛି । ଶିଳ୍ପୀମାନେ ବି ଅତି ଚମକôାର ଢଙ୍ଗରେ ଝୋଟି ଚିତା ଆଙ୍କୁଛନ୍ତି । ଶିଳ୍ପୀମାନେ ବହୁତ ଖୁସି ଓ ଉତ୍ସାହିତ ରହି ଆନନ୍ଦ ସହକାରେ କାମ କରି ଚାଲିଛନ୍ତି । ସେମାନଙ୍କ କହିବା କଥା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବା ବଡ଼ ସୌଭାଗ୍ୟର କଥା । ୨୪ଘଣ୍ଟା କାମ କରିବି ବି କଷ୍ଟ ଲାଗୁନି । ପ୍ରଭୁଙ୍କ ଆଶୀର୍ବାଦରେ ସବୁ ସାଙ୍ଗମାନେ ଏକ ମନ, ଏକ ପ୍ରାଣରେ ତାଙ୍କ ସେବାରେ ଲାଗିଛୁ । ପ୍ରତିଟି ଚିତ୍ର କରିବା ପୂର୍ବରୁ ଈଶ୍ୱରଙ୍କ ନାମ ନେଇ କାମ କରୁଛୁ । ଯାହା ଆଙ୍କୁଛୁ ସବୁ ତାଙ୍କରି ନିଦେ୍ର୍ଦଶରେ । ପିଚୁ ରାସ୍ତା ଉପରେ ନାଲି, ନୀଳ ଓ ହଦଳିଆ ରଙ୍ଗର ବିଭିନ୍ନ ଚିତ୍ର ଉପରେ ଝୋଟି, ଚିତା ଅଙ୍କା ଛାଞ୍ଚକୁ ରଖାଯାଇ ରଙ୍ଗରେ ସୁସଜ୍ଜିତ କରାଯାଉଛି । କିଛି ସ୍ଥାନରେ ରଙ୍ଗ, ତୁଳୀ ଓ ବ୍ରସ୍ରେ ମଧ୍ୟ ଅଙ୍କାଯାଉଛି ।

Leave a Reply