Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ରାଜପଥ ଦେଇ ହେଉଛି ଗୋ-ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ରାଜପଥ ଦେଇ ହେଉଛି ଗୋ-ଚାଲାଣ

ହରଭଙ୍ଗା: ବର୍ତ୍ତମାନ ଅସହ୍ୟ ତାତି । ଲୋକେ ଦିନ ଆଠଟା ବାଜିଗଲେ ଘରୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୋରୁ ବେପାରୀମାନେ ଶହ ଶହ ଗୋରୁଙ୍କୁ ଟାଣ ଖରାରେ ୫୭ ନଂ ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଛନ୍ତି । ଏହାକୁ ନେଇ ସାଧାରଣ ଉଦବେଗ ପ୍ରକାଶ ପାଇଛି । ଗୋମାତାଙ୍କୁ ଦିନ ଦିପହରେ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ନୀରବ ସାଜିଛି ସେ ନେଇ ଆଗାମୀ ଦିନରେ ଆନେ୍ଦାଳନ ପନ୍ଥା ଅ୍ୱଲମ୍ବନ କରାଯିବ ବୋଲି ଶ୍ରୀରାମ ସେନା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ଥାଉକି ଦୁଇ ଦିନ ତଳେ କିଛି ଗୋରୁ ବେପାରୀ ମାନେ ଗୋମାତାଙ୍କୁ ୪୪ ଡିଗ୍ରୀ ଖରାରେ ୫୭ନମ୍ବର ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିଲେ । ଶ୍ରୀରାମ ସେନା ଗୋରୁ ଚାଲାଣ ହେଉଥିବା ଗୋରୁ ପଲ ଙ୍କୁ ଅଟକାଇ ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟ ରେ କଥା କଟା କଟି ହୋଇଥିଲା । ପରେ ଗୋରୁଙ୍କୁ ଘଡ଼ାଇ ବେପାରୀମାନେ ଚାଲି ଯାଇଥିଲେ । ଏହି ଜାତୀୟ ରାଜପଥ ଦେଇ ଦୈନିକ ଗୋରୁ ଯାଉଛନ୍ତି ଏପରିକି ହରଭଙ୍ଗା ଥାନା କୁମାରୀ ଦେଇ ଜଙ୍ଗଲ ମଧ୍ୟରେ ଚଳାଇ ଚଳାଇ ୍ୱଣିଗୋଚ୍ଛା ନିକଟରେ ପହଁଞ୍ଚି ସେଠାରୁ ଟ୍ରକ ମାଧ୍ୟମରେ ନିଆଯାଉଛି । କିନ୍ତୁ ପୋଲିସ କିପରି ଏହାର ଖବର ରଖି ପାରୁ ନାହିଁ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି କ୍ଷ ତେଣୁ ଆଗାମୀ ଦିନରେ ବୌଦ୍ଧ କେ ସିରିଆ ଜାଗୃତି ମଞ୍ଚ ଓ ଶ୍ରୀରାମ ସେନା ମିଳିତ ଉଦ୍ୟମରେ ଗୋରୁ ଚାଲାଣ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥି ସହ ଗୋମାତାଙ୍କ ସୁରକ୍ଷା ନେଇ ପୁରୁଣା କଟକ ଥାନାରେ କେ. ସିରିଆ ଜାଗୃତି ମଞ୍ଚ ଓଡିଶା ସଭାପତି ଅବିନାଶ ସାହୁଙ୍କ ସମେତ କର୍ମକର୍ତ୍ତାମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ପୋଲିସ ମଧ୍ୟ ଗୋରୁ ଚାଲାଣ ରୋକିବା କ୍ଷେତ୍ରରେ ସଜାଗ ରହିବାକୁ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply