Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା!

ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ ଶେଷରେ ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲଲା । ଜାନୁଆରୀ ୨୨, ୨୦୨୪ରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ପ୍ରଭୁ ରାମଲଲା ବିରାଜିବେ ବୋଲି ଜଣାପଡ଼ିଛି । ଏ ନେଇ ଏକ ବଡ଼ ପୂଜାର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ନିମନ୍ତ୍ରଣ ପଠାଯାଇଛି । କୁହାଯାଉଛି ଯେ ନିମନ୍ତ୍ରଣ ପଠାଯାଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହି ସୂଚନା ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଇଛି । ତେବେ ଜାନୁଆରୀ ୨୨, ୨୦୨୪ହେଉଛି ସେହି ଦିନ ଯେଉଁଦିନ କୋଟି କୋଟି ଭକ୍ତଙ୍କ ରାମ ମନ୍ଦିର ପରିଦର୍ଶନ କରିବାର ଅପେକ୍ଷା ଶେଷ ହେବ । ଏହି ଦିନ ଭଗବାନ ରାମଲଲା ଗର୍ଭଗୃହରେ ବସିବେ । ଦେଶର ସମସ୍ତ ମନ୍ଦିରକୁ ଏହି ଦିନ ସଜାଜିବା ସହ ପୂଜାର ଲାଇଭ୍ ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମ ପ୍ରାୟ ସାତ ଦିନ ଧରି ଚାଲିବ । ଏହା ପରେ ପ୍ରଭୁ ରାମଙ୍କ ଭକ୍ତମାନେ ମନ୍ଦିରକୁ ଆସି ରାମଲଲାଙ୍କୁ ଦେଖିବାକୁ ସକ୍ଷମ ହେବେ । ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି, ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଯଦି ନିର୍ମାଣ କଥା କହିବା ତେବେ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଧା ନିର୍ମାଣ କାମ ଶେଷ ହେବ । ଏବେ ଗର୍ଭଗୃହର ଉପରି ଭାଗର ନିର୍ମାଣ କାମ ଜାରି ରହିଛି । ନିର୍ମାଣ କାମ ଶେଷ ହେବା ପରେ ପୂଜା ପାଇଁ ମନ୍ଦିରକୁ ସଜାଯିବ ।

Leave a Reply