Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩: ଇସ୍ରୋ ମୁଖ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁଲାଇ ୧୨ରୁ ୧୯ ମଧ୍ୟରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବ । ଯଦି ଯୋଜନା ମୁତାବକ ସବୁ କାର୍ଯ୍ୟ ଠିକ୍ଠାକ୍ ଚାଲେ ତେବେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ସଫଳ ଅବସ୍ଥାପିତ କରାଯିବ । ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ) ମୁଖ୍ୟ ଏସ୍ ସୋମନାଥ ଆଜି ଏହି ସୂଚନା ଦେଇଛନ୍ତି । କୋଟ୍ଟାୟମରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ଶ୍ରୀହରିକୋଟାର ସତୀଶ ଧା”ନ ମହାକାଶ କେନ୍ଦ୍ରର ଲଞ୍ଚ୍ ପ୍ୟାଡ୍ରେ ପହଞ୍ଚି ସାରିଛି । ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ । ସେହିପରି ଚନ୍ଦ୍ରଯାନ-୩ ଲଞ୍ଚ୍ କରିବାପାଇଁ ବ୍ୟବହାର ହେବାକୁ ଥିବା ରକେଟ୍ ଏଲଭିଏମ୍-୩ ର ମଧ୍ୟ ପ୍ରସ୍ତୁତି ଚାଲିଛି । ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ଶେଷ ହେବାପରେ ପ୍ରଥମେ ବିଭିନ୍ନ ପ୍ରକାର ପରୀକ୍ଷା କରାଯିବ । ଯଦି ପରୀକ୍ଷା ସଫଳ ହୁଏ ତେବେ ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ମହାକାଶକୁ ଛଡ଼ାଯିବ । କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବାପାଇଁ ଚନ୍ଦ୍ରଯାନ-୩ର ହାର୍ଡୱେୟାର, ଷ୍ଟ୍ରକଚର, କମ୍ପ୍ୟୁଟର, ସଫ୍ଟୱେୟାରରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି ।

Leave a Reply