Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବର ବାଇକ୍ ମାଗିବାରୁ ବାପ ଘର ଫେରିଲେ କନ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବର ବାଇକ୍ ମାଗିବାରୁ ବାପ ଘର ଫେରିଲେ କନ୍ୟା

ତୁମୁଡ଼ିବନ୍ଧ: ଆଧୁନିକ ସମାଜରେ ଯୌତୁକ ମାଗିବା ଆଇନତଃ ଅପରାଧ । ତଥାପି ବିବାହ ସମୟରେ କନିଆ ଘର ଲୋକଙ୍କୁ ବର ଘର ଲୋକେ ଯୌତୁକ ମାଗୁଥିବା ଶୁଣିଥିବେ । ଏହି ଯୌତୁକ ପାଇଁ ବର କିମ୍ବା ବର ଘର ଲୋକ ବାହାଘର ଭାଙ୍ଗି ଦେବା ଓ କନିଆକୁ ହତ୍ୟା କରିବାର ଖବର ନଜର ରହିଛି । ହେଲେ ଏହି ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ । ଶ୍ୱଶୁର ଘର ଲୋକ ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଓହ୍ଲାଇ ଦେଇ ବାପା ଘରକୁ ପଳାଇ ଆସିଛନ୍ତି ଦେବକୀ । ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ସେଠାକାର ପରମ୍ପରା ଅନୁସାରେ, ବିବାହ ପରଦିନ କନ୍ୟା ପକ୍ଷ ବର ଘରକୁ ଆସିଥାନ୍ତି । ସେଠାରେ ଏକ ସଭା ଡକାଯାଇ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଥାଏ । ଏଥିରେ ବର ଓ କନିଆ ଦସ୍ତଖତ କରିଥାନ୍ତି । ଦେବକୀଙ୍କ କ୍ଷେତ୍ରରେ ଏହା ହୋଇଥିଲା ।

Leave a Reply