Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧାନର ଏମଏସ୍ ୨୧୮୩ ଟଙ୍କାକୁ ବୃଦ୍ଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧାନର ଏମଏସ୍ ୨୧୮୩ ଟଙ୍କାକୁ ବୃଦ୍ଧି

ଖରିଫ ଫସଲ ପାଇଁ କେନ୍ଦ୍ର ସରକାର ଧାନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍ ପି ବୃଦ୍ଧି କରିଛନ୍ତି । ଚାଷୀଙ୍କ ଆୟ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟରେ ଖରିଫ ଋତୁରେ ହେବାକୁ ଥିବା ଖାଦ୍ୟ ଶସ୍ୟର ଏମଏସ୍ପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗା ଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣଳାୟର ବିବୃତି ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍ପି କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି । ଚାଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ । ସେହିପରି ଗ୍ରେଡ ଏ ଧାନାର ଏମଏସ୍ପି ୨୨୦୩ ଟଙ୍କା ରହିଛି । ୨୦୧୪-୧୫ରେ ସାଧାରଣ ଧାନର ଏମଏସ୍ପି କ୍ୱିଣ୍ଟାଲ ପିଛି ୧୩୬୦ ଟଙ୍କା ବେଳେ ୨୦୨୩-୨୪ରେ ଏହା ୨୧୮୩ରେ ପହଞ୍ଚିଛି ।ଏହାବାଦ ଯଅ- ହାଇବ୍ରିଡର କ୍ୱିଣ୍ଟାଲ ପିଛା ଦାମ ୨୯୭୦ରୁ ଟଙ୍କାରୁ ବଢ଼ି ୩୧୮୦ ଟଙ୍କା ଓ ଯଅ ମାଲଦାଣ୍ଡିର ଦାମ ୨୯୯୦ରୁ ବଢ଼ି ୩୨୨୫ ଟଙ୍କା ହୋଇଛି । ବାଜରାର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୨୩୫୦ ଥିବା ବେଳେ ଏବେ ୨୫ଶହ ହୋଇଛି । ମାଣ୍ଡିଆର ଦାମ ୨୦୨୨-୨୩ରେ ୩୫୭୮ ଥିବା ବେଳେ ଏବେ ୩୮୪୬ ଟଙ୍କା । ମକାର ଦାମ ୨୦୨୨-୨୩ରେ ୧୯୬୨ ଥିବା ବେଳେ ଏବେ ୨୦୯୦ ଟଙ୍କା । ଚଣା ଓ ହରଡ଼ ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେଆ ଏବେ ୭ ହଜାର ଟଙ୍କା । ମୁଗ ଡାଲିର ଦାମ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବା ବେଳେ ଏବେ ୮୫୫୮ ଟଙ୍କା । ବିରି ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା ।ବାଦାମର କ୍ୱିଣ୍ଟାଲ ପିଛା ଦାମ ୨୦୨୨- ୨୩ରେ ୫୮୫୦ ଟଙ୍କା ଥିବା ବେଳେ ଏବେ ୬୩୭୭ ଟଙ୍କା । ସୂର୍ଯ୍ୟମୁଖୀ ମଞ୍ଜିର ଦାମ କ୍ୱିଣ୍ଟାଲ ପିଛା ୨୦୨୨-୨୩ରେ ୬୪୦୦ ଟଙ୍କା ଥିବା ବେଳେ ଏବେ ୬୭୬୦ ଟଙ୍କା ।ସୋୟାବିନ(ୟେଲୋ)ର ଦାମ ୨୦୨୨- ୨୩ରେ ୪୩୦୦ ଟଙ୍କା ଥିବା ବେଳେ ଏବେ ୪୬୦୦ ଟଙ୍କା । ରାଶିର ଦାମ ୨୦୨୨- ୨୩ରେ ୭୮୩୦ ଟଙ୍କା ଥିବା ବେଳେ ଏବେ ୮୬୩୫ ଟଙ୍କା । ପେସୀର ଦାମ ୨୦୨୨-୨୩ରେ ୭୨୮୭ ଟଙ୍କା ଥିବା ବେଳେ ଏବେ ୭୭୩୪ ଟଙ୍କା କଟନ(ମିଡିୟମ)ର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୬୦୮୦ ଟଙ୍କା ଥିବା ବେଳେ ଏବେ ୬୬୨୦ ଟଙ୍କା । କଟନ(ଲଙ୍ଗ)ର ଦାମ ୨୦୨୨-୨୩ରେ ୬୩୮୦ ଟଙ୍କା ଥିବା ବେଳେ ଏବେ ୭୦୨୦ ଟଙ୍କା ହୋଇ ା

Leave a Reply