Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବି.ଏମ.ଏସ ସହଯୋଗରେ ଗଞ୍ଜାମ ଜିଲ୍ଲା କମିଟି ଆଶାକର୍ମୀ ସଂଘ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବି.ଏମ.ଏସ ସହଯୋଗରେ ଗଞ୍ଜାମ ଜିଲ୍ଲା କମିଟି ଆଶାକର୍ମୀ ସଂଘ ସମ୍ମିଳନୀ

ବ୍ରହ୍ମପୁର : ଓଡିଶା ରାଜ୍ୟ ଆଶାକର୍ମୀସଂଘ ରାଜ୍ୟ କମିଟି ନିଦେ୍ର୍ଦଶ ଅନୁଯାୟୀ ଗଞ୍ଜାମ ଜିଲ୍ଲା ବି.ଏମ.ଏସ ସହଯୋଗରେ ଗଞ୍ଜାମ ଜିଲ୍ଲା କମିଟି (ଓଡିଶା ରାଜ୍ୟ ଆଶାକର୍ମୀସଂଘ) ଦ୍ୱାରା ଆୟୋଜିତ ଗଞ୍ଜାମ ଜିଲ୍ଲା ଆଶାକର୍ମୀସଂଘ ସମ୍ମିଳନୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ବି. ଏମ. ଏସ ର ଓଡିଶା ରାଜ୍ୟ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ଜିଲ୍ଲା ବି. ଏମ. ଏସ ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ, ସଂମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ବି ଏମ. ଏସ ସହ ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ, ଗଞ୍ଜାମ ଜିଲ୍ଲା ବି. ଏମ. ଏସ ସଭାପତି ଶ୍ରୀ ନାରାୟଣ ସାବତ, ଜିଲ୍ଲା ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ, ଅଲ ଓଡିଶା ଅଙ୍ଗନବାଡି ରାଜ୍ୟ ସହ ସମ୍ପାଦିକା ଅମିତା ସାହୁ ମଂଚାସୀନ ଥିଲେ । ଅନୁଷ୍ଠିତ ସମ୍ମିଳନୀରେ ଜିଲ୍ଲାର ପୁରୁଷୋତ୍ତମପୁର, ଖଲିକୋଟ, ବେଗୁନିଆପଡା, ଆସ୍କା, ଧରାକୋଟ, ସୋରଡ଼ା, ଶେରଗଡ଼, ଦିଗପହଣ୍ଡି, କୁକୁଡାଖଣ୍ଡି, ପାତ୍ରପୁର, ହିଞ୍ଜିଳି, ଛତ୍ରପୁର, ବ୍ଲକ ରୁ ପ୍ରାୟ ସମସ୍ତ କର୍ମୀ ସହିତ ପୋଲସରା ତଥା ଗଞ୍ଜାମ ବ୍ଲକ ର କିଛି ଆଶାକର୍ମୀ ଏବଂ କବିସୂର୍ଯ୍ୟନଗର, ରଙ୍ଗେଈଲୁଣ୍ଡା, ଚିକିଟି ବ୍ଲକ ମୁଖ୍ୟ ବି ସମ୍ମିଳନୀ ରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇ ଶ୍ରମିକ ଗୀତ ଗାନ କରାଯାଇଥିଲା, ପରେ ବାଲେଶ୍ୱର ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କ ନିମନ୍ତେ ୨ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା କ୍ଷ ସେହିଭଳି ମୁଖ୍ୟ ଅତିଥି ବିନୟ ଭାଇ ସଂଗଠନର ଆଭିମୁଖ୍ୟ ତଥା ବାର୍ଷିକ ଦେୟର କେତେ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ, ପରେ ପରେ ରାଜ୍ୟ ପ୍ରଭାରୀ ସମେତ ମଞ୍ଚାସୀନ ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରେ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଯାହା ଥିଲା କର୍ମକର୍ତ୍ତା ଚୟନ । ଓଡିଶା ରାଜ୍ୟ ଆଶାକର୍ମୀସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ କମଳା ବେହେରାଙ୍କ ନିଦେ୍ର୍ଦଶ ରେ ବି. ଏମ. ଏସ ରାଜ୍ୟ ସାଧାରଣ ସମ୍ପାଦକ ବିନୟ ଭାଇଙ୍କ ଦ୍ୱାରା ଯୋଗେଶ ଭାଇ, ଲିଙ୍ଗରାଜଭାଇ, ନାରାୟଣ ଭାଇ, ସରୋଜ ଭାଇ ଙ୍କ ଉପସ୍ଥିତି ରେ ଜିଲ୍ଲା କମିଟି କୁ ମନୋନୀତ ସମସ୍ତ ଙ୍କ ନାମ ଘୋଷଣା କରାଗଲା ଏବଂ ଉପରୋକ୍ତ ଘୋଷଣାକୁ ମଞ୍ଚରେ ଉପସ୍ଥିତ ସମସ୍ତେ କରତାଳି ଦେଇ ସମର୍ଥନ କଲେ ଏବଂ ପରେ ମନୋନୀତ ବ୍ୟକ୍ତି ଙ୍କୁ ଉତ୍ତରୀୟ ତଥା ପୁଷ୍ପଗୁଛ ଦେଇ ସଂଘ ତରଫରୁ ସଂମ୍ମାନିତ କରାଯାଇଥିଲା ଗଞ୍ଜାମ ଜିଲ୍ଲା ବି.ଏମ.ଏସ କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ମଧୁସୂଦନ ମହାପାତ୍ର ଯିଏ କି କୌଣସି ଘୋଷିତ ଦାୟିତ୍ୱରେ ନ ଥାଇ ମଧ୍ୟ ଗଞ୍ଜାମ ଜିଲ୍ଲା ଆଶାକର୍ମୀସଂଘକୁ ସଂଯୋଜନା କରିବା ଦାୟିତ୍ୱ ରେ ଥିଲେ । ତେଣୁ ମଧୁସୂଦନ ମହାପାତ୍ର ଙ୍କୁ ବି. ଏମ. ଏସତରଫରୁ ପ୍ରଭାରୀ ଯୋଗେଶ୍ୱର ଦାସଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ଆଶାକର୍ମୀସଂଘ ର ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଅର୍ପଣ କରାଗଲା । ପରେ ଧନ୍ୟବାଦ ସହ ସଭା ସାଙ୍ଗ କରାଗଲା

Leave a Reply