Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିନି ଆତଙ୍କବାଦୀ ନିୟନ୍ତ୍ରଣ ରେଖା ନିକଟରୁ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିନି ଆତଙ୍କବାଦୀ ନିୟନ୍ତ୍ରଣ ରେଖା ନିକଟରୁ ଗିରଫ

ଶ୍ରୀନଗର ବୁଧବାର ଦିନ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ବଡ଼ ଅନୁପ୍ରବେଶକୁ ରୋକିଛନ୍ତି ଭାରତୀୟ ସେନାର ସତର୍କ ଯବାନମାନେ । ପୁଞ୍ଝ ଜିଲାରେ କରମରହା ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶର ପ୍ରଚେଷ୍ଟ ହୋଇଥିଲା ବୁଧବାର । ସଜାଗ ଯବାନମାନେ ଏହାକୁ ପଣ୍ଡ କରିଥିଲା ବେଳେ ୩ଜଣ ଆତଙ୍କବାଦୀକୁ ଗିରଫ କରିଛନ୍ତି । ଏହି ତିନି ଆତଙ୍କବାଦୀଙ୍କ ପାଖରୁ ମାଦକ ଦ୍ରବ୍ୟ ଓ ହତିଆର ଜବତ କରାଯାଇଛି । ଅନୁପ୍ରବେଶ ପାଇଁ ଚେଷ୍ଟା କଲା ବେଳେ ଭାରତୀୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଘେରିଯାଇଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀଙ୍କ ଠାରୁ ୨୮ବର୍ଷିୟ ମହମ୍ମଦ ଫାରୁକଙ୍କ ପେଣ୍ଡରେ ଗୁଳି ଲାଗିଛି । ବୁଧବାର ଦିନ ସକାଳେ ଫାରୁକକୁ ..ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାର କାମ ଆରମ୍ଭ ହୋଇଛି ।

Leave a Reply