Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ୯ବର୍ଷର ଶାସନ କାଳ ପୂରଣ କରିଛନ୍ତି । ଏହି ଅବସରରେ ଭାଜପା ୯ବର୍ଷର କାର୍ଯ୍ୟକାଳକୁ ସାରା ଦେଶରେ ପ୍ରଚାର କରି ଜନସାଧାରଣଙ୍କ ଆଗରେ ରଖିଛି । ଏହି କ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ମୋଦି ସରକାରଙ୍କ ୯ ବର୍ଷରେ ହାସଲ କରିଥିବା ଉପଲବ୍ଧିକୁ ଦର୍ଶାଇଛନ୍ତି । ମୋଦି ସରକାରଙ୍କ ୯ବର୍ଷକୁ ସୁରକ୍ଷା ଏବଂ ଜାତୀୟ ଗର୍ବର ବର୍ଷ ବୋଲି ବର୍ଣ୍ଣନା କରି ଶାହା କହିଛନ୍ତି ଯେ ଆଜି ମୋଦି ଜିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ଅଛି । ଅମିତ ଶାହା ଟ୍ୱିଟ କରି ଲେଖିଛନ୍ତି, ମୋଦି ସରକାରଙ୍କ ୯ବର୍ଷ ହେଉଛି ସୁରକ୍ଷା, ଜାତୀୟ ଗର୍ବ, ବିକାଶ ଏବଂ ଗରିବ କଲ୍ୟାଣର ଅଭୁତପୂର୍ବ ସଂଯୋଜନା ରହିଛି ୯ବର୍ଷର ମୋଦି ସରକରରଙ୍କ ଉପଲବ୍ଧି । ଆଜି ଗୋଟିଏ ପଟେ ମୋଦି ଜିଙ୍କ ନେତୃତ୍ୱରେ ଦେଶ ନିରାପଦରେ ରହିଛି ଏବଂ ବିଶ୍ୱରେ ଗର୍ବର ନୂଆ ଦିଗ ସୃଷ୍ଟି କରୁଛି, ଅନ୍ୟପଟେ ସରକାର ଗରିବ ଲୋକଙ୍କ ବିକାଶ ଏବଂ କଲ୍ୟାଣର ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି ।

Leave a Reply