Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍ ସହ ମୁକାବିଲା ପାଇଁ ସେନା ସକ୍ଷମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍ ସହ ମୁକାବିଲା ପାଇଁ ସେନା ସକ୍ଷମ

ନୂଆଦିଲ୍ଲୀ: ମଣିପୁରରେ ଆହ୍ୱାନ ଏବେ ବି ଶେଷ ହୋଇ ନାହିଁ, କିଛି ଦିନ ଭିତରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ମଙ୍ଗଳବାର କହିଛନ୍ତି । ସେ କହିଛନ୍ତି ଯେ ପୂର୍ବୋ ର ରାଜ୍ୟରେ ସ୍ଥିତି ଉଗ୍ରବାଦ ସହ ଜଡିତ ନାହିଁ । ଅଧିକାରୀଙ୍କ ଅନୁସାରେ, ମଣିପୁରରେ ମଇ ତିନିରୁ ଆରମ୍ଭ ହୋଇଥିବା ଦଙ୍ଗାରେ ମୃତକଙ୍କ ସଂଖ୍ୟା ୮୦ରେ ପହ ିଛି । ସିଡିଏସ ଚୌହାନ ମଙ୍ଗଳବାର ଏନଡିଏର ୧୪୪ତମ କୋର୍ସର ପାସିଂ ଆଉଟ୍ ପରେଡର ନିରୀକ୍ଷଣ ପାଇଁ ପୁଣେରେ ଥିଲେ । ଏହି ସମୟରେ ମଣିପୁର ସ୍ଥିତି ଉପରେ ପ୍ରଶ୍ନର ଜବାବରେ ସିଡିଏସ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେନା ଏବଂ ଆସାମ ରାଇଫଲ୍ସକୁ ୨୦୨୦ ପୂର୍ବରୁ ମଣିପୁରରେ ମୁତୟନ କରାଯାଇଥିଲା । ମଣିପୁରରେ ସ୍ଥିତି ଉଗ୍ରବାଦ ସହ ସମ୍ପର୍କିତ ନାହିଁ । ଏହା ଦୁଇ ଜାତି ମଧ୍ୟରେ ସଂଘର୍ଷ ଏବଂ ଆଇନ ବ୍ୟବସ୍ଥାର ସ୍ଥିତି ଅଟେ । ଆମେ ଏହି ସମସ୍ୟାରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛୁ । ସଶସ୍ତ୍ର ବଳ ଏବଂ ଆସାମ ରାଇଫଲ୍ସ ସେଠାରେ ଉଲ୍ଲେଖନୀୟ କାମ କରୁଛନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । ତେବେ ମଣିପୁରରେ ଆହ୍ୱାନ ଶେଷ ହୋଇ ନାହିଁ ଏବଂ ଏଥିରେ କିଛି ସମୟ ଲାଗିବ । କ୍ୟାଡେଟଙ୍କୁ ନିଜ ସମ୍ବୋଧନରେ ସିଡିଏସ ଉ ର ସୀମାରେ ଚୀନର ପିଏଲଏ (ପିପୁଲ୍ସ ଲିବରେଶନ ଆର୍ମୀ) ମୁତୟନ ବାବଦରେ କହିଥିଲେ । ସେ କହିଛନ୍ତି ଯେ ୟୁରୋପରେ ଯୁଦ୍ଧ, ଉ ର ସୀମାରେ ଚୀନ ପିଏଲଏର ମୁତୟନ ଏବଂ ପଡୋଶୀ ଦେଶରେ ଭୂରାଜନୈତିକ ସଂକଟ ରହିଛି । ଏହି ସଂକଟ ଭାରତ ପାଇଁ ଆହ୍ୱାନ ସୃଷ୍ଟି କରିପାରେ, କିନ୍ତୁ ସଶସ୍ତ୍ର ବଳ ଭାରତୀୟ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ୟସିଡିଏସ କହିଛନ୍ତି, “ଉତ୍ତର ସୀମାରେ ଚୀନ ସେନାର ମୁତୟନ ବଢିଛି । ସ୍ଥିତି ନ ବିଗିଡିବା ପାଇଁ ଭାରତୀୟ ସେନା ଦ୍ୱାରା ସବୁସମ୍ଭବ ଉଦ୍ୟମ କରାଯାଉଛି । ଆମକୁ ଆମ ଅ ଳର ବୈଧତାର ରକ୍ଷା କରିବାର ଅଛି’

Leave a Reply