Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତି

ବାଲେଶ୍ୱର: ଆସନ୍ତା ଜୁନ ୨୧ ତାରିଖର ଆନ୍ତର୍ଜାତିକ ଯୋଗ ଦିବସକୁ ସୁଚାରୁ ରୂପେ ପାଳନ ପାଇଁ ବାଲେଶ୍ୱର ଯୋଗ ମହୋତ୍ସବ ସମିତି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଏକ ଯୋଗ ଶିବିର ପୁଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପୁଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୨୮ ତାରିଖରେ ଉଦଯାପିତ ହୋଇଯାଇଛି । ଏଥିରେ ଯୋଗ ଦିବସର ପ୍ରଟୋକଲ ପ୍ରଦର୍ଶିତ ହୋଇଥିଲା । ବାଲେଶ୍ୱରର ଶହ ଶହ ପୁଲିସ କର୍ମଚାରୀ ଓ ଅଧିକାରୀ ଶିବିରରେ ଭାଗନେଇ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଶିକ୍ଷା ଗ୍ରହଣ କରିଥିଲେ । ଯୋଗ ମହୋତ୍ସବ ସମିତିର ଜିଲା ସଭାପତି ସୁଜିତ କୁମାର ଜେନା, ଉପ-ସଭାପତି ଦମୟନ୍ତୀ ମହାପାତ୍ର, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ତାଲଦି, ସଭ୍ୟ ହରିହର ସାହୁ, ସଭ୍ୟା ଗୀତାରାଣୀ ବାରିକ, ସଭ୍ୟା ସ୍ନେହଲତା ଦାସ ପ୍ରଭୃତି ଯୋଗ ପ୍ରଶିକ୍ଷକମାନେ ଯୋଗଶିକ୍ଷା ପ୍ରଦାନ କରିଥିଲେ । ରିଜର୍ଭ ପୋଲିସ୍ ଇନସ୍ପେକ୍ଟରଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

Leave a Reply