Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ଖବରଦାତା ନିର୍ଯାତିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ଖବରଦାତା ନିର୍ଯାତିତ

ଇସଲାମାବାଦ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଭଲ ନାହିଁ । ସେମାନେ ନିର୍ଯାତିତ ହେଉଛନ୍ତି! ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି । ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ସେମାନଙ୍କୁ ଧମକ ଦିଆଯିବା, ଆକ୍ରମଣ କରିବା ଏବଂ ଗୁଳି ଚଳାଇବା ଖବର ଅଧିକ ଘଟୁଛି । ଲାହୋରର ପ୍ରେସ କ୍ଲବର ଅଧ୍ୟକ୍ଷ ଆଜମ ଚୌଧରୀ କହିଛନ୍ତି ଲାହୋରରେ ୨୦୦ରୁ ଅଧିକ ପାକିସ୍ତାନୀ ଖବରଦାତା ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ନିର୍ଯାତନା ତଥା ଗିରଫଦାରୀର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ, ଗିରଫ ହୋଇଥିବା ଖବରଦାତାମାନଙ୍କ ମଧ୍ୟରୁ କେତେକଙ୍କୁ କଠୋର ନିର୍ଯାତନା ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଖବରଦତାମାନଙ୍କ ନାମ ସାମରିକ ପ୍ରତିଷ୍ଠାନ, ପୋଲିସ ଭ୍ୟାନ ଏବଂ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ’ଆତଙ୍କବାଦୀ ଏବଂ ସନ୍ଦିଗ୍ଧ’ ତାଲିକାରେ ସ୍ଥାନିତ ହୋଇଛି । ଆଇନ ପ୍ରଣୟନକାରୀ ସଂସ୍ଥା ସମଗ୍ର ଦେଶରେ ପ୍ରାୟ ୮ ହଜାର ଲୋକଙ୍କୁ ଗିରଫ କରିଛନ୍ତି । ସେମାନେ ମୁଖ୍ୟତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକଇ-ଇନସାଫ (ପିଟିଆଇ) ଦଳର କର୍ମୀ । ମେ ୯ ରେ ଇମ୍ରାନ ଖାନ ଗିରଫ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ଏହି ବ୍ୟକ୍ତିମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଗିରଫ ହୋଇଥିବା ଅଧାରୁ ଅଧିକ ପଞ୍ଜାବ ପ୍ରଦେଶର । ପଞ୍ଜାବର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନାକଭି କହିଛନ୍ତି ପଞ୍ଜାବରେ ମେ ୯ରେ ଘଟିଥିବା ଘଟଣାରେ ପଞ୍ଜୀକୃତ ହୋଇଥିବା ୧୩୮ଟି ମାମଲାରେ ୫୦୦ ରୁ ଅଧିକ ମହିଳାଙ୍କୁ ଗିରଫ କରାଯାଇଛି । ମହିଳାମାନଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ (ଏଟିଏ) ଅନୁଯାୟୀ ବିଚାର କରାଯିବ ।

Leave a Reply