Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଦୀ ଏବେ ବି ଲୋକଙ୍କ ପ୍ରଥମ ପସନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଦୀ ଏବେ ବି ଲୋକଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଦେଶରେ ମୋଦୀ ସରକାରକୁ ୯ ବର୍ଷ ପୂରଣ ହୋଇଛି । ଏହି ୯ ବର୍ଷରେ ସରକାର ଅନେକ ସଫଳତା ଓ ବିଫଳତା ଦେଖିଛନ୍ତି । ନିକଟରେ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ହ୍ରାସ ପାଉଥିବା ଲୋକପ୍ରିୟତାକୁ ଦର୍ଶାଉଛି କି ଏହାର ଉତ୍ତର ଦେଇଛି ଏନଡିଟିଭିସିଏସଡିଏସ ପକ୍ଷରୁ କରାଯାଇଥିବା ଏକ ସର୍ଭେ । ଭାରତର ୧୯ଟି ରାଜ୍ୟର ୭୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କରାଯାଇଥିବା ଏହି ସର୍ଭେରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ମିଶାଇ ସମୁଦାୟ ୭ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ମତାମତ ଲୋଡ଼ାଯାଇଥିଲା । ମେ ୧୦ରୁ ୧୯ ମଧ୍ୟରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ୪୩ ପ୍ରତିଶତ ଲୋକ ଏବେ ବି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଥିବା ବେଳେ ୨୭ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ୪୪ ପ୍ରତିଶତ ଥିଲା ଏବଂ ଆଜି ମଧ୍ୟ ଏହା ୪୩ ପ୍ରତିଶତ, ଯଦିଓ ରାହୁଲ ଗାନ୍ଧିଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଏବଂ କଂଗ୍ରେସ ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୯ରେ ୨୪ ପ୍ରତିଶତ ତୁଳନାରେ ୨୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏନଡିଟିଭି-ସିଏସଡିଏସ ସର୍ଭେରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଯେ ମୋଦି ସରକାରଙ୍କୁ ୯ ବର୍ଷ ପୂରିଥିଲେ ମଧ୍ୟ ଦ୍ୱିତୀୟ ପାଳି ପରେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ କୌଣସି ଆଣ୍ଟି ଇନକମ୍ବେନ୍ସି ( ସରକାର ବିରୋଧୀ ହାୱା) ଭାବନା ନାହିଁ

Leave a Reply