Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରପତିଙ୍କ ଉଦ୍ ବୋଧନ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ -୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରପତିଙ୍କ ଉଦ୍ ବୋଧନ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ -୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ

ମୟୁରଭଞ୍ଜ: ନିଜ ଜନ୍ମ ମାଟି ମୟୁରଭଞ୍ଜକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଗସ୍ତରେ ଆସିଥିବା ବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ଏବଂ ବିଦୁ୍ୟତ ବିଭ୍ରାଟ ଘଟଣାକୁ ପ୍ରସଙ୍ଗ କରି ଆଜି ମୟୁରଭଞ୍ଜ ବନ୍ଦ ହୋଇଛି । ବିଜେପି ଏହି ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସାଧାରଣରେ ଭରପୁର ସମର୍ଥନ ମିଳିଛି । ସାରା ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ସେପଟେ ଦୋକାନ ବଜାର ବନ୍ଦ ଥିବା ବେଳେ ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଛି । ତେବେ ବାଙ୍ଗିରିପୋଷି ପୁରୀ ଟ୍ରେନ୍ ଚାଲି ଯାଇଥିବା ବେଳେ ମେମୁ ଟ୍ରେନ୍ ଚଳାଚଳ ଅବ୍ୟାହତ ରହିଛି । ଜିଲ୍ଲାରେ ସବୁଠି ବିଜେପି କର୍ମୀମାନଙ୍କ ହରତାଳ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍ ରହିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି କର୍ମୀମାନେ ବନ୍ଦରେ ସାମିଲ ହୋଇ ପିକେଟିଂ କରୁଛନ୍ତି । ଏହାର ପ୍ରଭାବ ସକାଳ ୬ରୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ରାଇରଙ୍ଗପୁରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ରାଇରଙ୍ଗପୁର ମୁ୍ୟନିସିପାଲିଟି ସମେତ ୭ଟି ବ୍ଳକ୍ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ସହ ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ବାମନଘାଟି ଉପଖଣ୍ଡ ଦେଇଯାଇଥିବା ଜାତୀୟ ରାଜପଥ ୪୯ ଓ ୨୨୦ରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି । ଗତ ମେ ମାସ ୬ ତାରିଖରେ ବାରିପଦା ସହରରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ସମୟରେ ବିଦୁ୍ୟତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରେ ଥିବା ପ୍ରଶାସନିକ କର୍ମଚାରୀମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନିକ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆନେ୍ଦାଳକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛି ମୟୂରଭଞ୍ଜ ପଶ୍ଚିମ ଜିଲ୍ଲାର ବିଜେପି କର୍ମକର୍ତ୍ତା ।

Leave a Reply