Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ମଦ୍ରାସା ଉପରେ ଲାଗିବ ସରକାରୀ ଛାଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ମଦ୍ରାସା ଉପରେ ଲାଗିବ ସରକାରୀ ଛାଟ

ନୂଆଦିଲ୍ଲୀ : ମଦ୍ରାସା ଉପରେ ବାଜିବ ସରକାରୀ ଛାଟ । ଦେଶରେ ବିଦେଶୀ ଫଣ୍ଡିଂରେ ଚାଲୁଥିବା ମଦ୍ରାସା ଉପରେ ଆକ୍ସନ ନିଆଯିବ । ବନ୍ଦ ହେବ ପ୍ରାୟ ୪ ହାଜରରୁ ଅଧିକ ମଦ୍ରାସା । ବୋର୍ଡ ପରୀକ୍ଷା ପରେ ସଂଖ୍ୟାଲଘୁ କଲ୍ୟାଣ ବୋର୍ଡ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି । ପୋଲିସ ଏବଂ ଆଲା ଅଧିକାରୀଙ୍କ ମଧ୍ୟରେ ଏବାବଦରେ ଆଲୋଚନା ହୋଇଛି । ସମସ୍ତ ବେଆଇନ ମଦ୍ରାସାକୁ ବିଦେଶୀରୁ ଫଣ୍ଡିଂ ମିଳୁଥିବା ଜଣାପଡ଼ିଛି । ୟୁପିରେ ବେଆଇନ ଭାବେ ଚାଲୁଥିବା ମଦ୍ରାସା ଉପରେ ଆକ୍ସନ ନେବାକୁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗତବର୍ଷ ଯୋଗୀ ସରକାର ମଦ୍ରାସା ଗୁଡ଼ିକର ସର୍ଭେ କରାଇଥିଲେ । ଏଥିରେ ୧୨ଟି ବିନ୍ଦୁ ଉପରେ ଗୁରୁତ୍ୱ ଦିଆଯାଇଥିଲା । ମଦ୍ରାସା ମାନଙ୍କର ଆୟାର ଉର୍ତ୍ସ କ’ଣ ବୋଲି ଟିମ୍ ତନତନ କରି ଯାଞ୍ଚ କରିଥିଲା । ହେଲେ ଏଥିରେ ଅଧିକାଂଶ ମଦ୍ରାସା ବେଆଇନ ଭାବେ ଚାଲୁଛି ଏବଂ ଏମାନଙ୍କୁ ବିଦେଶରୁ ଫଣ୍ଡିଂ ଆସୁଥିବା ଟିମ୍ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି । ସର୍ଭେ ରିପୋର୍ଟରେ ପ୍ରାୟ ୮୪୪୧ଟି ମଦ୍ରାସା ଶିକ୍ଷାନୁଷ୍ଠାନ ବେଆଇନ ଭାବେ ଚାଲୁଛି । ଏମାନଙ୍କୁ ବୋର୍ଡ ଠାରୁ କୌଣସି ମାନ୍ୟତା ମିଳିନାହିଁ । ବିଶେଷ କରି ଉପ୍ରନେପାଳ ବୋର୍ଡର ଜିଲ୍ଲାରେ ଏଭଳି ଅଧିକାଂଶ ମଦ୍ରାସା ଚାଲୁଥିବା ତଥ୍ୟ ସାମ୍ନାକୁ ଆସିଛି । ସିଦ୍ଧାର୍ଥନଗରରେ ୫୦୦ରୁ ଅଧିକ, ବଳରାମପୁରରେ ୪୦୦, ଲକ୍ଷ୍ମୀପୁର ଖେରୀରେ ୨୦୦, ମହାରାଜଗଞ୍ଜରେ ୬୦, ଶ୍ରବସ୍ତୀରେ ୪୦୦ରୁ ଅଧିକ ବେଆଇନ ମଦ୍ରାସା କାର୍ଯ୍ୟକ୍ଷମ ରହିଛି । ରିପୋର୍ଟରେ କୁହାଯାଇଛି, ଏହି ସମସ୍ତ ମଦ୍ରାସା ଚାନ୍ଦା ଚାଲୁଛି । ଏଥିମଧ୍ୟରୁ ୪ ହଜାରରୁ ଅଧିକାଂଶ ମଦ୍ରାସା ସ୍କୁଲ ବିଦେଶୀ ଫଣ୍ଡିଂରେ ବେଆଇନ ଭାବେ ପାଠପଢ଼ା ଜାରି ରହିଛି । ଶିକ୍ଷାନୁଷ୍ଠାନକୁ କୋଲକାତା, ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇରୁ ଟଙ୍କା ଆସୁଥିବା କୁହାଯାଉଛି । ହେଲେ ଏହି ଟଙ୍କା ବିଦେଶରୁ ପ୍ରଥମ ଏହି ବଡ଼ ସହରକୁ ଆସୁଛି ପରେ ବିଭିନ୍ନ ମଦ୍ରାସାକୁ ଚାନ୍ଦା ଆକାରରେ ଯାଉଛି । ନେପାଳ ଓ ବାଂଲାଦେଶରୁ ମଧ୍ୟ ଟଙ୍କା ଆସୁଥିବା ରିପୋର୍ଟକୁ ଜଣାପଡ଼ିଛି । ବିଶେଷ କରି ଦୁବାଇ କୋଟି କୋଟି ଟଙ୍କା ଚାନ୍ଦା ଆକାରରେ ଆସୁଛି, ହେଲେ ଏହାର କୌଣସି ହିସାବ ନାହିଁ । ଏବେ ମଦ୍ରାସା ବୋର୍ଡର ପରୀକ୍ଷା ଚାଲୁଛି । ଏହା ପରେ ବେଆଇନ ମଦ୍ରାସା ଉପରେ ଆଇନ ଗତ କର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply