Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜିଠୁ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜିଠୁ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ -୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ବାଦ୍‌ ଦେବା ପାଇଁ ଗତ ଶୁକ୍ରବାର ଅର୍ଥାତ୍‌ ୧୯ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କରେ ଟଙ୍କା ବଦଳାଇବାର ସୂଚନା ମଧ୍ୟ ଦିଆଯାଇଥିଲା । ଏହି କ୍ରମରେ ଆସନ୍ତାକାଲି ଠାରୁ ଲୋକେ ବିଭିନ୍ନ ବ୍ୟାଙ୍କରେ ସେମାନଙ୍କ ଟଙ୍କା ବଦଳାଇପାରିବେ । ଥରକେ ଜଣେ ସର୍ବାଧିକ ୧୦ଟି ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳାଇ ସେଇ ଅର୍ଥର ଅନ୍ୟ ମୁଦ୍ରା ନେଇପାରିବେ । ଏଥିପାଇଁ ବ୍ୟାଙ୍କମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ୧୯ ତାରିଖର ଏହି ଘୋଷଣା ପରେ ପ୍ରଥମଥର ପାଇଁ ୨ହଜାର ଟଙ୍କିଆ ନୋଟ୍‌ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଶ୍ରୀ ଦାସ କହିଛନ୍ତି ଯେ ୨ହଜାର ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ବାଦ୍‌ କରାଯିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ଅବୈଧ ନୁହେଁ । ଲୋକଙ୍କୁ ୪ ମାସର ସମୟ ଦିଆଯାଇଛି । ତେଣୁ ଅଯଥା ବ୍ୟସ୍ତ କିମ୍ବା ବିବ୍ରତ ହେବାର କାରଣ ନାହିଁ । କୌଣସି ବ୍ୟବସାୟୀ ମଧ୍ୟ ଏହି ୪ ମାସ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । ସେ କହିଛନ୍ତି ଯେ ଭାରତର ମୁଦ୍ରା ପରିଚାଳନା ବ୍ୟବସ୍ଥା ବେଶ୍‌ ମଜଭୁତ । ବଜାରକୁ ଦୃଷ୍ଟିରେ ରଖି ଆର୍‌ବିଆଇ ମୁଦ୍ରା ପ୍ରଚଳନ କରିଥାଏ ଏବଂ ମୁଦ୍ରାକୁ ପ୍ରଚଳନରୁ ବାଦ୍‌ ଦେବାର ନିଷ୍ପତ୍ତି ନେଇଥାଏ । ୨ ହଜାର ଟଙ୍କିଆ ପ୍ରଚଳନରୁ ବାଦ୍‌ ନିଷ୍ପତ୍ତି ପରେ ଏହାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ଟଙ୍କା ବଦଳାଇବା ପାଇଁ ଆଧାର ଓ ପାନ୍‌ କାର୍ଡର ଆବଶ୍ୟକତା ବାଧ୍ୟତାମୂଳକ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଗଭର୍ଣ୍ଣର । ଏଥିସହ ଆର୍‌ବିଆଇ ପୁଣିଥରେ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାକୁ ଯାଉଛି ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରି ଶ୍ରୀ ଦାସ କହିଛନ୍ତି ଯେ ବର୍ତ୍ତମାନ ସେଭଳି କୌଣସି ଯୋଜନା ନାହିଁ । ବଜାରରେ ନୂଆ ନୋଟ୍‌ ଆଣିବାର ନିଷ୍ପତ୍ତି ବଜାର ଚାହିଦା ଉପରେ ନିର୍ଭର କରେ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply