Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘରେ ଘରେ ହିନ୍ଦୁତ୍ୱର ବାର୍ତ୍ତା ପହଞ୍ଚାଇବ ବିଶ୍ୱ ହିନ୍ଦୁ ପରିଷଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘରେ ଘରେ ହିନ୍ଦୁତ୍ୱର ବାର୍ତ୍ତା ପହଞ୍ଚାଇବ ବିଶ୍ୱ ହିନ୍ଦୁ ପରିଷଦ

ସାଲେପୁର- ସାଲେପୁର ବ୍ଲକ ଭାତପଡ଼ା ଗ୍ରାମ ରଘୁନାଥଜୀଉ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ସାଲେପୁର ପ୍ରଖଣ୍ଡର ମାସିକ ବୈଠକ କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଯୋଗଦେଇ ଆଗାମୀ ଦିନରେ ବିଶ୍ୱ ହିନ୍ଦୁ ପରିଷଦ ସଂଗଠନକୁ କିଭଳି ଅଧିକରୁ ଅଧିକ ସୁଦୃଢ଼ କରିବା ସହ ବିଶ୍ୱ ହିନ୍ଦୁ ପରିଷଦର ବାର୍ତ୍ତା ଘରେ ଘରେ ପହଞ୍ଚାଯିବ, ସେ ଦିଗରେ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରାନ୍ତ ସଂଗଠକ ଶରତ କୁମାର ପ୍ରଧାନ, କଟକ ଜିଲ୍ଲା ସଂଗଠନ ମନ୍ତ୍ରୀ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ୱହିନ୍ଦୁ ପରିଷଦର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ସାଧାରଣ ଲୋକମାନଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ସାଲେପୁର ବ୍ଲକରେ ବିଶ୍ୱ ହିନ୍ଦୁ ପରିଷଦର ଜନଜାଗରଣ ଯାତ୍ରା ଅନୁଷ୍ଠିତ କରାଯାଇ ହିନ୍ଦୁମାନଙ୍କ ମଧ୍ୟରେ ହିନ୍ଦୁତ୍ୱର ବାର୍ତ୍ତା ବାଣ୍ଟିବା ସହ ସନାତନ ଧର୍ମର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ହିନ୍ଦୁମାନଙ୍କୁ ଏକତ୍ରିତ କରାଯାଇ ବିଶ୍ୱ ହିନ୍ଦୁ ପରିଷଦର ଉଦେ୍ଦଶ୍ୟକୁ ସମଗ୍ର ସାଲେପୁର ଅଞ୍ଚଳରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଥିଲା ।

Leave a Reply