Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଆଜି ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜମ୍ମୁକଶ୍ମୀରର ସାତୋଟି ଜିଲ୍ଲାର ୧୫ଟି ସ୍ଥାନରେ ଚଢ଼ାଉ କରିଛି । ନିଷିଦ୍ଧ ସଂଗଠନ ଜମାତଏ-ଇସଲାମୀର ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ଜମ୍ମୁ କଶ୍ମୀରରେ ପୁଲିସ ଏବଂ ସିଆରପିଏଫ ସହାୟତାରେ ଚଢ଼ାଉ କରାଯାଇଥିଲା । ଜମ୍ମୁକଶ୍ମୀରର ପୁଲୱାମା, ଅବନ୍ତୀପୋରା, ଅନନ୍ତନାଗ, ଶ୍ରୀନଗର, କୁପୱାଡା, ପୁଞ୍ଚରେ ଏହି ଚଢ଼ାଉ ଚାଲିଛି । ପୁଲିସ ଏବଂ ସିଆରପିଏଫ ସହାୟତାରେ ଏନଆଇଏ ଅଧିକାରୀମାନେ ଜମାତ-ଏ-ଇସଲାମୀ କାର୍ଯ୍ୟକର୍ତ୍ତା ଗୁଲାମ ମହମ୍ମଦ ଭଟ୍ଟର ଶ୍ରୀନଗରର ଏଚଆଇଜି କଲୋନୀ ବିମିନାରେ ଥିବା ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା । ସେହିପରି ଆଉ ଏକ ଟିମ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ମୁଦାସିର ଅହମ୍ମଦ ଦାରର ଘରେ ମଧ୍ୟ ଚଢ଼ାଉ କରିଥିଲା । ବିଶେଷ କରି ଏନଆଇଏ ଟିମ ଆତଙ୍କବାଦୀଙ୍କୁ ଅର୍ଥ ସାହାଯ୍ୟ କରୁଥିବା ଅଭିଯୋଗରେ ଗୋଆଓ ପୁଲୱାମା ବାସିନ୍ଦା ଗୁଲାମ କାଦିର ୱାନି, ଥୋକୋରପୋରା ରାଜପୋରାରେ ସରକାରୀ ଶିକ୍ଷକ ଥିବା ସମିମ ଅହମ୍ମଦ ଠୋକର, ପୁଲୱାମା ଜିଲ୍ଲାର କାକାପୋରାରେ ରହୁଥିବା ମନସୁର ଅହ ଡାର ପ୍ରମୁଖଙ୍କ ଘରେ ଚଢ଼ାଉ କରିଥିଲା । ଉଲ୍ଲେଖ ଥାଉ କି ଆତଙ୍କବାଦୀ ସଂଗଠନ ସହ ଘନିଷ୍ଠ ସମ୍ପର୍କ ଥିବା ତଥା ରାଜ୍ୟରେ ବିଚ୍ଛିନ୍ନତାବାଦୀ ଆନେ୍ଦାଳନ ବୃଦ୍ଧି ହେତୁ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ କେନ୍ଦ୍ର ସରକାର ୨୦୧୯ରେ ଜମାତ-ଏ-ଇସଲାମୀ ନାମକ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

Leave a Reply