Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାର ସିମକାର୍ଡ ପାକିସ୍ଥାନରେ ଅପରେଟ୍ ଆସିଲା ଗାଇଡଲାଇନ୍ ; ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାର ସିମକାର୍ଡ ପାକିସ୍ଥାନରେ ଅପରେଟ୍ ଆସିଲା ଗାଇଡଲାଇନ୍ ; ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ୱର/କଟକ : ଫେକ୍ସି ସିମ୍ ରୋକିବା ପାଇଁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଜାରି ହେଲା ନିୟମ । କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ । ସ୍ଥାୟୀ ଦୋକାନ ଥିବା ଡିଲରମାନେ ବିକ୍ରି କରିପାରିବେ ସିମ୍କାର୍ଡ । ଫେକ୍ ସିମ୍ସଂ ପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ । ଏସପିଡ଼ି ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍ । ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକ ଲିଷ୍ଟେଡ ହେବେ । ନିୟମିତ ରିଚାର୍ଜ ହୋଇ ସ୍ଥାଣୁଥିବା ସିମ୍ ପ୍ରତି ନଜର ରଖିବେ ଟିଏସପିଡି ଫେକ ସିମ୍ ମିଳିଲେ ଟିପିଏସ୍ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନ୍ ଉଲ୍ଲେଖ ରହିଛି । ଫେକ୍ ସିମ୍କାର୍ଡ ଯୋଗୁ ସାଇବରଅପରାଧ ବଢ଼ୁଛି । ଠକମାନେ ଫେକ୍ ସିମକାର୍ଡ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ । ଯେଉଁଥିପାଇଁ ରାଜ୍ୟର ସାଇବର ଅପରାଧ ବଢ଼ିବାରେ ଲାଗିଛି । କିଛିଦିନ ତଳେ ଓଡ଼ିଶାର ସିମ୍କାର୍ଡପାକିସ୍ତାନରେ ଅପରେଟ୍ ହେଉଥିବା ମାମଲା ସାମ୍ନାକୁ ଆସିଥିଲା ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ଜଣଙ୍କୁ ଗିରଫକରିଥିଲା । ଉକ୍ତ ମହା ଠକେଇର ମାଷ୍ଟରମାଇଣ୍ଡ ପଠାଣି ଲେଙ୍କାବିରୋଧରେ ଦେଶଦ୍ରୋହ ଦଫା ଲାଗିବ । ପାକିସ୍ତାନୀ ଏଜେଣ୍ଟଙ୍କସହ ସଂପର୍କ ଥିବା ସୂଚନା ପରେ ଏହି ଦଫା ଲାଗିବ ବୋଲି ଏସ୍ଟିଏଫ ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନି ଏଜେଣ୍ଟଙ୍କସହ କେବେଠାରୁ ପଠାଣି ଲିଙ୍କରେ ଅଛି ସେ ନେଇ ·ଲିଛି ଖୋଳତାଡ ।ÿ ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ୍ଡି ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ମଧ୍ୟ ଚିଠି ଲେଖାଯାଇଛି । ଆସନ୍ତା କାଲିଠାରୁ ପଠାଣି ଲେଙ୍କାକୁ ରିମାଣ୍ଡରେ ଆଣି ଏସଟିଏଫ୍ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।

Leave a Reply