Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାରମ୍ପରିକ କୃଷି ସମ୍ବର୍ଦ୍ଧନା ଓ ପ୍ରାକୃତିକ ଚିକିତ୍ସା ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାରମ୍ପରିକ କୃଷି ସମ୍ବର୍ଦ୍ଧନା ଓ ପ୍ରାକୃତିକ ଚିକିତ୍ସା ଶିବିର

ବାରିପଦା: ଭାରତ ସେବାନ୍ୟାସ ସ୍ଥାନୀୟ କାର୍ଯ୍ୟାଳୟ ର ସପ୍ତମ ପ୍ରତିଷ୍ଠା ଦିବସ ଅବସର ରେ ପାରମ୍ପରିକ କୃଷି ସମ୍ବର୍ଦ୍ଧନା ଓ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାଲଵଣୀ କାର୍ଯ୍ୟାଳୟ ପରିସର ରେ ଏପ୍ରିଲ ୨୨ଓ ୨୩ ଦୁଇ ଦିନ ଧରି ବାର୍ଷିକ ପ୍ରତିଷ୍ଠା ଯଜ୍ଞ ଅବସରରେ ପ୍ରାକୃତିକ ଚିକିତ୍ସା ଶିବିର, ପାରମ୍ପରିକ କୃଷି ଓ ଦେଶୀ ଗୋପାଳନ ଉପରେ ଆଲୋଚନା ଚକ୍ର କରାଯାଇଛି।ପ୍ରଥମ ଦିବସ ର ଅପରାହ୍ନ ରେ ଅଧିବାସ ଓ ଯଜ୍ଞ କର୍ମର ପ୍ରାରମ୍ଭ ସହ ପ୍ରାକୃତିକ ଚିକିତ୍ସା ଉପରେ ଆଲୋଚନା ଓ ରୋଗୀଙ୍କର ନିଶୁଳ୍କ ଚିକିତ୍ସା କରାଯାଇଥିଲା।ଦ୍ୱିତୀୟ ଦିନରେ ଯଜ୍ଞ ପ୍ରାରମ୍ଭ ସହ ପାରମ୍ପରିକ କୃଷି ଓ ଦେଶୀ ଗୋପାଳନ ଉପରେ ଆଲୋଚନା କରାଯାଇ ମୟୁରଭଂଜ ଜିଲ୍ଲା ର ପାଞ୍ଚ ଜଣ କୃଷକ ଓ ଗୋପାଳକ ଙ୍କୁ ଭାରତ ସେବାନ୍ୟାସ ସମ୍ବର୍ଦ୍ଧିତ କରିଛି। ସାମ୍ପ୍ରତିକ ସମୟ ରେ ହେଉଥିବା ରୋଗ ର ହେତୁ ବଜାରରେ ଉପଲବ୍ଧ ଖାଦ୍ୟ ଓ ପ୍ରଚଳିତ ଖାଦ୍ୟ ଅଭ୍ୟାସ : ଗ୍ରାମ ବିକାଶ ପ୍ରଭାରୀ ଅବିନାଶ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ଅନ୍ୟ ଟ୍ରଷ୍ଟି ସମୂହ ଜୈବିକ କୃଷି ଓ ଦେଶୀ ଗୋପାଳନ ଆଜିର ଆହ୍ଵାନ ମତ ଦେବା ସହ, ଏହାର ପ୍ରୋତ୍ସାହନ ପାଇଁ ନ୍ୟାସ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରି ରଖିବ। ପଞ୍ଚଗବ୍ୟ ରୁ ପ୍ରସ୍ତୁତ ଧୂପ ବିତରଣ କରାଯାଇଥିଲା। ସେବାନ୍ୟାସ ର ସଭାପତି ରଘୁନାଥ ପ୍ରଧାନ, ସମ୍ପାଦକ ବିଶ୍ବରଂଜନ ଘୋଷ ଓ ଉପସ୍ଥିତ ଥିଲେ । ନିର୍ମଳ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply