Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍

କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ । ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ । ଏଥିପାଇଁ ଜିଲ୍ଲାରେ ୬ଟି ଡ୍ରୋନକୁ ସାମିଲ କରାଯିବ ବୋଲି କୋରାପୁଟ ଗସ୍ତରେ ଆସି କହିଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ । ମାଓବାଦୀଙ୍କ ଦ୍ୱାରା ହିଂସା କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପୁଲିସ ଡ଼ିଜି । ସାଧାରଣ ଲୋକଙ୍କ ଧନ ଜୀବନକୁ କ୍ଷତି ପହଂଚାଇବା କାହାରି ଅଧିକାର ନାହିଁ ବୋଲି କହିଛନ୍ତି । ସେ ହିଂସାର ପଥ ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି । ଆଇନ ଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଗଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ମାଓବାଦୀକୁ କଡା ସନେ୍ଦଶ ଦେଇଛନ୍ତି । ଆଲୋଚନା ପରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିବା ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକର । ସୁନାବେଡାସ୍ଥିତ ହାଲ ହେଲିପ୍ୟାଡରେ ଅବତରଣ କରି ପୁଲିସ ଓ ବିଏସଏଫ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୁଲିସ ଡିଜି ଆଲୋଚନା କରିଥିଲେ । ଜିଲ୍ଲାର ମାଓ ସ୍ଥିତି ଓ ମାଓ ବିରୋଧି ଅପରେସନ ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିଥିଲେ । ଆଲୋଚନାରେ ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ବିଏସଏଫ ଶୈଳେଶ କୁମାର, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, କୋରାପୁଟ ଏସପି ଅଭିନବ ସୋନକର ଉପସ୍ଥିତ ରହିଥିଲେ । ସେହିପରି ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଗୁଇନ୍ଦା ନିଦେ୍ର୍ଦଶକ ସଞ୍ଜୀବ ପଣ୍ଡା, ଆଇଜି ଅପରେସନ ସତ୍ୟବ୍ରତ ଭୋଇ ଉପସ୍ଥିତ ଥିଲେ ।

Leave a Reply