Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୮ରେ ଓଡିଶାକୁ ମିଳିବ ବନ୍ଦେ ଭାରତ ଏକ୍ସପ୍ରେସ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୮ରେ ଓଡିଶାକୁ ମିଳିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭିଡିଓ କନ୍ଫରେନ୍ସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପୁରୀ : ୧୮ରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୂର୍ବରୁ ୧୫ରେ ଗଡିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ଏବେ ୧୮ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଗଡିବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଆସନ୍ତା ୧୮ ତାରିଖ ଦିନ ପୁରୀ-ହାୱଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଗଡିବ । ପୁରୀ ଷ୍ଟେସନରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫେରନ୍ସ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ହାୱାଡା- ପୁରୀ ମଧ୍ୟରେ ବନେ୍ଦ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ ହୋଇଥିଲା । ସେହିଦିନ ସକାଳ ୬ଟା ୧୦ ମିନିଟ୍ରେ ହାୱଡାରୁ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିଥିଲା । ଏହା ପରେ ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନରେ ପହଞ୍ଚିଥିଲା ଟ୍ରେନ୍ । ପୁରୀରେ କିଛି ସମୟ ରହିବା ପରେ ପୁଣି ଥରେ ହାୱଡ଼ା ଅଭିମୁଖେ ବାହାରିଥିଲା ।

Leave a Reply