Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି । ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା । ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ । ଗୁରୁବାର ସାରେ କରାଚିର ମଲିର ଜେଲରୁ ସେମାନଙ୍କୁ ମୁକ୍ତ କରାଯାଇଥିଲା ।ମଲିର ଜେଲ ଅଧୀକ୍ଷକ ନାଜିର ଟ୍ୟୁନିଓ କହିଛନ୍ତି, ସେ ଭାରତୀୟ ଧୀବର କଏଦୀମାନଙ୍କର ପ୍ରଥମ ବ୍ୟାଚ ମୁକ୍ତ କରିଛନ୍ତି ଏବଂ ଜୁନ ଓଜୁଲାଇରେ ଆଉ ଦୁଇଜଣଙ୍କୁ ମୁକ୍ତ କରାଯିବ । ସେ କହିଛନ୍ତି, ଆମେ ଗୁରୁବାର ୧୯୮ କଏଦୀଙ୍କୁ ମୁକ୍ତ କରିଥିବା ବେଳେ ୨୦୦ ଏବଂ ୧୦୦ ଜଣଙ୍କୁ ପରେ ମୁକ୍ତ କରାଯିବ । ଟ୍ୟୁନିଓ କହିଛନ୍ତି, ଗୁରୁବାର ୨୦୦ଜଣ ଭାରତୀୟ ଧୀବରଙ୍କୁ ମାଲିର ଜେଲରୁ ମୁକ୍ତ କରାଯିବାରଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ଘଟିଥିଲା । ମୃତ ଦୁଇ ଧୀବରଙ୍କ ମଧ୍ୟରେ ମହମ୍ମଦ ଜୁଲଫିକରଙ୍କୀ ମେ ୬ ରେ ଦେହାନ୍ତ ହୋଇଥିବା ଏବଂ ସୋମ ଦେବଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ମେ ୯ ରେ ପାକିସ୍ତାନୀ ଜେଲରେ ଦେହାନ୍ତ ହୋଇଥିଲା । ଭାରତକୁ ଅଣାଯିବା ପର୍ଯ୍ୟନ୍ତ ସେମାନଙ୍କ ମୃତଦେହକୁ ଏଡି ଫାଉଣ୍ଡେଶନର ଶବଦାହରେ ରଖାଯାଇଛି । ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ସମୁଦ୍ରରେ ଗିରଫ ହୋଇଥିବା ଏବଂ ମାଲିର ଜେଲରେ ରଖାଯାଇଥିବା ଭାରତୀୟ ଧୀବରଙ୍କ ମଧ୍ୟରେ ସୋମ ଦେବ ଏବଂ ତାଙ୍କ ପୁତୁରା ମଧ୍ୟ ଥିଲେ ।

Leave a Reply