Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମମତା ସରକାରଙ୍କୁ ବଡ଼ ଝଟକା-୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମମତା ସରକାରଙ୍କୁ ବଡ଼ ଝଟକା-୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ

ନିଯୁକ୍ତି ଘୋଟାଲା ମାମଲାରେ କଲିକତା ହାଇକୋର୍ଟ ବଡ଼

ଆଦେଶ ଦେଇଛନ୍ତି । କଲିକତା ହାଇକୋର୍ଟ ବିଚାରପତି

ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ସିଙ୍ଗିଲ ବେଞ୍ଚ, ରାଜ୍ୟରେ

୨୦୧୬ରେ କରାଯାଇଥିବା ୩୬ ହଜାର ନିଯୁକ୍ତି ରଦ୍ଦ

କରିବାକୁ ଆଦେଶ ଦେଇଛନ୍ତି । ନିଯୁକ୍ତି ପାଇଁ ହୋଇଥିବା

ଇଣ୍ଟରଭ୍ୟୁ ବଡ଼ ଆକାରରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ।

ଇଣ୍ଟରଭ୍ୟୁ ଦେଇଥିବା ବ୍ୟକ୍ତିମାନେ ସାକ୍ଷୀ ଦେଇଥିଲେ ଯେ

ନିଯୁକ୍ତି ପରୀକ୍ଷାରେ ଆପ୍ଟିଚ୍ୟୁଡ ଟେଷ୍ଟ ମଧ୍ୟ

କରାଯାଇନଥିଲା । ନିଯୁକ୍ତି ରଦ୍ଦ କରିବା ସହ ହାଇକୋର୍ଟ

ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବେଞ୍ଚ କହିଛନ୍ତି

୩୬,୦୦୦ ନିଯୁକ୍ତି ରଦ୍ଦ କରାଯିବ । ବୋର୍ଡ ଖାଲି ପଦବୀ

ପାଇଁ ନିଯୁକ୍ତି ବ୍ୟବସ୍ଥା କରିବ । କୋର୍ଟ ତିନି ମାସ ମଧ୍ୟରେ

ପୂରା ନିଯୁକ୍ତି ପ୍ରକ୍ରିୟା ସାରିବାକୁ କହିଛନ୍ତି । ଏହା ସହ ସଂପୂର୍ଣ୍ଣ

ନିଯୁକ୍ତି ପ୍ରକ୍ରିୟାର ଭିଡିଓଗ୍ରାଫି କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ନିଯୁକ୍ତି ୨୦୧୬ରେ ହୋଇଥିଲା ।

୨୦୧୪ରେ ଟିଇଟି ପରୀକ୍ଷା ଆଧାରରେ ୪୨ ହଜାର ୫୦୦

ଲୋକଙ୍କୁ ନିଯୁକ୍ତି କରାଯାଇଥିଲା । ବିଚାରପତି ଅଭିଜିତ

ଗଙ୍ଗୋପାଧ୍ୟାୟଙ୍କ ସିଙ୍ଗିଲ ବେଞ୍ଚ ୩୬ ହଜାର ନିଯୁକ୍ତି ରଦ୍ଦ

କରବାକୁ ଆଦେଶ ଦେଇଛନ୍ତି । ଯେଉଁମାନଙ୍କର ଚାକିରି

ସମାପ୍ତ କରିବାକୁ ଆଦେଶ ଦିଆଯାଇଛି, ସେମାନେ

ଅଶପ୍ରଶିକ୍ଷିତ ଶିକ୍ଷକ । କୋର୍ଟ କହିଛନ୍ତି ଯେ ଆଗାମୀ ଚାରି

ମାସରେ ସ୍କୁଲ ଯାଇପାରିବେ, କିନ୍ତୁ ବେତନ ଅସ୍ଥାୟୀ ଶିକ୍ଷକ

ଭାବରେ ମିଳିବ । ତିନି ମାସ ମଧ୍ୟରେ ନୂଆ ନିଯୁକ୍ତି ପାଇଁ

ଆଦେଶ ଦିଆଯାଇଛି । ୨୦୨୨ରେ ମାମଲାକୁ ନେଇ

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ପୀଠ କହିଥିଲେ ଯେ ଆବଶ୍ୟକ

ପଡ଼ିଲେ ହାଇକୋର୍ଟ ପାସ୍ କରିଥିବା ସଂପୂର୍ଣ୍ଣ ପ୍ୟାନେଲ ରଦ୍ଦ

କରିପାରନ୍ତି । ମାମଲାରେ ସିବିଆଇ କଲିକତା ହାଇକୋର୍ଟଙ୍କ

ନିଦେ୍ର୍ଦଶକ୍ରମେ ଯାଞ୍ଚ ଆରମ୍ଭ କରିଥିଲା । ପରେ ଇଡି ମଧ୍ୟ

ମନିଲଣ୍ଡ୍ରିଂ ଦିଗରେ ମାମଲାର ଯାଞ୍ଚ କରିଥିଲା ।

Leave a Reply