Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୋଟ ବ୍ୟାଙ୍କ ପାଇଁ କେରଲା ଷ୍ଟୋରିକୁ ବିରୋଧ କରୁଛି କଂଗ୍ରେସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୋଟ ବ୍ୟାଙ୍କ ପାଇଁ କେରଲା ଷ୍ଟୋରିକୁ ବିରୋଧ କରୁଛି କଂଗ୍ରେସ

ବେଲାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କର୍ଣ୍ଣାଟକର ବେଲାରୀରେ ଏକ ସାଧାରଣ ସଭାକୁ ସମ୍ୱୋଧିତ କରିଛନ୍ତି । ଏହି ସମୟରେ ସେ ଫିଲ୍ମ ଦି କେରଲା ଷ୍ଟୋରି’ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦର ଆଉ ଏକ ଭୟଙ୍କର ରୂପ ଜନ୍ମ ହୋଇଛି । ବୋମା, ବନ୍ଧୁକ ଏବଂ ପିସ୍ତଲର ଶବ୍ଦ ତ ଶୁଣାଯାଉଛି, କିନ୍ତୁ ସମାଜ ଭିତରୁ ଆତଙ୍କବାଦୀ ସୃଷ୍ଟି କରିବା ଷଡଯନ୍ତ୍ରର କୌଣସି ଶବ୍ଦ ଶୁଣାଯାଉ ନାହିଁ । ଏଭଳି ଆତଙ୍କବାଦୀ ଷଡଯନ୍ତ୍ର ଉପରେ ଆଧାରିତ ଫିଲ୍ମ ‘ଦି କେରଲା ଷ୍ଟୋରି’ ଏବେ ଚର୍ଚ୍ଚାରେ ରହିଛି । ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ଆତଙ୍କବାଦର ଭୟାନକ ଏବଂ ପ୍ରକୃତ ଚେହେରା ଲୋକଲାଚନକୁ ଅଣାଯାଇଛି । କିନ୍ତୁ କଂଗ୍ରେସ ଆତଙ୍କବାଦ ବିରୋଧରେ ନିର୍ମିତ ଏହି ଫିଲ୍ମକୁ ବିରୋଧ କରୁଛି । ସେମାନେ ଆତଙ୍କବାଦୀଙ୍କ ପ୍ରବୃତ୍ତି ସହିତ ଛିଡା ହାଇଛନ୍ତି । ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ସର୍ବଦା ଆତଙ୍କବାଦ ସାମ୍ନାରେ ନଇଁ ପଡିଛି ।

Leave a Reply