Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚମ୍ପୁଆ ଶିଶୁ ମନ୍ଦିରରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚମ୍ପୁଆ ଶିଶୁ ମନ୍ଦିରରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ଚମ୍ପୁଆ : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସଂକୁଳସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟଶାଳାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବିଭାଗର ସହ-ବିଭାଗ ନିରୀକ୍ଷକ ଜ୍ଞାନ ରଞ୍ଜନ ପାଢ଼ୀ ଯୋଗ ଦେଇ ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀମାନଙ୍କୁ ଓ ଉଞ ମାଧ୍ୟମରେ ଶିକ୍ଷାଦାନ କରିବାର ବହୁତ ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା, ଉତ୍ତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର ଯୋଗଦେଇ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ସମ୍ପର୍କରେ ଅନେକ ମୂଲ୍ୟବୋଧ ଭିତ୍ତିକ ତଥ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ପରି·ଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗଦେଇ ନିଜ ବିଦ୍ୟାଳୟରେ ନିଷ୍ଠାର ସହିତ ଶିକ୍ଷା ପ୍ରଦାନ କରିବାକୁ ଆଚାର୍ଯ୍ୟ ଆ·ର୍ଯ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ସଙ୍କୁଳ ସଂଯୋଜକ ଧରଣୀଧର ଦାସ କାର୍ଯ୍ୟଶାଳାର ବିବରଣୀ ପାଠ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରହ୍ମପୁର କରଞ୍ଜିଆର ପ୍ରଧାନ ଆ·ର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆ·ର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ମୋଟ ୧୧ଟି ସରସ୍ୱତୀ ଶିଶୁ ମନ୍ଦିରର ୧୨୭ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଥିରେ ମୋଟ ୧୬ଟି ପିରିୟଡ଼ରେ ୪ଟି ବିଭାଗରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚପଦୀ ଆଧାରିତ ଆଦର୍ଶ ଶିକ୍ଷାଦାନ, ପୂର୍ବ ପ୍ରସ୍ତୁତି, ପାଠ୍ୟ ଯୋଜନା, ସୁଲିଖନ, ଆଧାରଭୁତ ବିଷୟ, ଶ୍ରେଣୀକାର୍ଯ୍ୟ ପରି·ଳନା, ବିନ୍ଦୁ ଭିତ୍ତିକ ନୋଟ୍ ଲିଖନ ଓ ଉପକରଣ ପ୍ରସ୍ତୁତି ଓ କ୍ରିୟାକଳାପ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

Leave a Reply