Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋ ମାତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋ ମାତା

କଙ୍କଡ଼ାହାଡ଼ : ହିନ୍ଦୁ ଧର୍ମ ରୀତି ନୀତିକୁ ନେଇ ହିନ୍ଦୁ ଧର୍ମର ଲୋକେ ଗୋ ମାତାଙ୍କୁ ପୂଜା କରିବା ସହିତ ସେବା କରି ଥାଆନ୍ତି । କିନ୍ତୁ ଏଠି କିଛି ବିଧର୍ମି ଗୋ ମାଫିଆ ଦିନ ଦି ପହରେ ଗୋ·ଲାଣରେ ଲିପ୍ତ ରହି ନୃଶଂସ ଭାବେ ଗୋ ମାତାଙ୍କୁ ନିର୍ଯାତନା ଦେଇ କଂସେଇ ଖାନାକୁ ଅଡେଇ ନେଇ ଯାଆନ୍ତି । ଏହି ଗୋ ମାଫିଆଙ୍କ ମନମୁଖୀ ଅଧର୍ମ କାର୍ଯ୍ୟ ସକାଶେ ଦିନକୁ ଦିନ ଗୋ ବଂଶ ହ୍ରାସ ପାଇବାକୁ ବସିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ରଗୁଡିସାହି ନିକଟରେ । ଗଲା 27 ତାରିଖ ଦିନ କିଛି ଅଧର୍ମି ଗୋ ମାଫିଆ ଦିନ ଦି ପ୍ରହରରେ ଗୋ·ଲାଣ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହା ଫଳରେ କିଛି ଦେବ ସେନାର ଭାଇ ମାନେ ଗୋ ମାଫିଆଙ୍କ ପିଛା କରି ବନ୍ଦାଣିଆ ଗ୍ରାମର ରଗୁଡ଼ିସାହି ନିକଟରୁ କିଛି ଗ୍ରାମବାସି ଓ ଦେବ ସେନାର ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାତାଙ୍କୁ ଉଦ୍ଧାର କରାଯାଇଥିଲା । ସେଥିରେ ହାରା ହାରି ଶହେରୁ ଉର୍ଦ୍ଧ୍ୱ ଗୋ ମାତାଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶାର ବିଭିନ୍ନ ଜାଗାରୁ ଓଡ଼ିଶା ବାହାରକୁ ଗୋ ଚାଲାଣ ·ଲୁ ଥିବା ବେଳେ କିନ୍ତୁ ଏଠି ଆମେ କହି ରହିବୁ ଦିନ ଦି ପ୍ରହରରେ ଗୋ ମାଫିଆ ମାନେ ଗୋ ·ଲାଣ କରୁ ଥିବା ବେଳେ ପୋଲିସ ପ୍ରଶାସନ କଣ କରୁଛି? ପୋଲିସ ପ୍ରଶାସନ ଓ ଗୋ ମାଫିଆ ମାନଙ୍କ ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ·ଲୁ ନାହିଁ ତ! ଯଦି ମଧୁ ଚନ୍ଦ୍ରିକା ନାହିଁ ତାହାଲେ ପୋଲିସ ପ୍ରଶାସନ କାହିଁକି ନୀରବ ଦ୍ରଷ୍ଟା ସାଜିଛି । ଗୋ ମାଫିଆଙ୍କ ବିରୋଧରେ ଖବର ପ୍ରସାରଣ ପରେ ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply