ତ୍ରିଦିବସୀୟ ସଙ୍କୁଳ ସ୍ତରୀୟ ସାମୂହିକ କାର୍ଯ୍ୟଶାଳା

ଜୟପୁର : ସ୍ଥାନୀୟ ଅରବିନ୍ଦ ନଗର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଜୟପୁର ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି । ଏପ୍ରିଲ୍ ୨୫ ତାରିଖ ରୁ ଆରମ୍ଭ ହୋଇଥିବା କାର୍ଯ୍ୟଶାଳାରେ ଅରବିନ୍ଦ ନଗର, ଶାରଦା ବିହାର, ଲମତାପୁଟ, ବୈପାରିଗୁଡା, କୁନ୍ଦୁରା, ଆମ୍ବଗୁଡା, ବୋରିଗୁମ୍ମା, କୁମୁଲି ଏବଂ କୋଟପାଡ଼ ଶିଶୁ ମନ୍ଦିର ଗୁଡିକର ୧୨୩ ଜଣ ପ୍ରଶିକ୍ଷାର୍ଥୀ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ । ୬୦ଟି ଶୈକ୍ଷିକ କାଳାଂଶ ସହ ସର୍ବମୋଟ ୬୬ଟି କାଳାଂଶକୁ ଲକ୍ଷ୍ମୀକାନ୍ତ ମିଶ୍ର, କିରଣ ବାଳା ପ୍ରଧାନ, ସଦାନନ୍ଦ ଅଧିକାରୀ, ଭାଗବାନ ପାଢ଼ୀ, ତପସ୍ୱିନୀ ସାହୁ, ମମତା ମହାପାତ୍ର, ଅନୁପମା ମହାପାତ୍ର, ମମତା ହୋତା, ଏ. ଶଙ୍କର ରାଓ, ବିନୟ କୁମାର ମୁଣ୍ଡ, ସୁଜାତା ପଣ୍ଡା, ସୁଭାଷିନୀ ବିଶ୍ୱାଳ, ସଂଗୀତା ମହାପାତ୍ର, ସ୍ୱପ୍ନ ଦଣ୍ଡସେନା, ସୁଲଗ୍ନା ମହାନ୍ତି, ତନୁଜା ମହାନ୍ତି, ପଦ୍ମିନୀ ମହାପାତ୍ର, ସୁନୀତା ପଣ୍ଡା, ସ୍ୱରୂପ ଦାଶ, ଟି. ରାମେଶ୍ୱର ରାଓ, ମୋନାଲିସା ବାହାଦୁର, ରାମଚନ୍ଦ୍ର ମହାନ୍ତି ଏବଂ ସୁଜାତା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଉଦଘାଟନ ଓ ସମରୋପ କାର୍ଯ୍ୟକ୍ରମରେ ଡଃ ଗଙ୍ଗାଧର ନନ୍ଦ, ହରିହର କରସୁଧା ପଟ୍ଟନାୟକ, କିଶୋର କୁମାର ତ୍ରିପାଠୀ, ମାଧବ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା, ବ୍ୟକ୍ତି ଅପେକ୍ଷା ରାଷ୍ଟ୍ର ସର୍ବୋପରି ବିଶ୍ୱ ସଂସ୍କୃତି କୁ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଅବଦାନ ସମ୍ଭନ୍ଧରେ ଆଲୋକପାତ କରିଥିଲେ । ସଙ୍କୁଳ ପ୍ରମୁଖ ହେମନ୍ତ କୁମାର ଚାନ୍ଦ, ସଭାପତି ପ୍ରେମାନନ୍ଦ ନାୟକ, ସମ୍ପାଦକ ସତ୍ୟବାଦୀ ମିଶ୍ର, କୋଷାଧ୍ୟକ୍ଷ ମିହିର କୁମାର ମିଶ୍ର, ଉପ ସଭପତି ଦୁର୍ଗା ମାଧବ ଦାଶ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ବେହେରା, ସଦସ୍ୟା ଗୌରୀ ପଣ୍ଡା ଓ ଚଞ୍ଚଳା ଭୂମିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ସଫଳ କରିବା ପାଇଁ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ତରଫରୁ ଏହା ଏକ ଅଭିନବ ପ୍ରଶିକ୍ଷଣ ଏବଂ ପ୍ରୟାସ ଅଟେ ।

Leave a Reply

Your email address will not be published. Required fields are marked *