Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ହିଂସାକାଣ୍ଡର ପ୍ରତିବାଦ ଭି ଏଚ୍ ପି ର ୧୨ ଘଣ୍ଟିଆ ଜୟପୁର ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ହିଂସାକାଣ୍ଡର ପ୍ରତିବାଦ ଭି ଏଚ୍ ପି ର ୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର: ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜୟପୁର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏହି ପାଳନକୁ ବିଜେପି, ବଜରଙ୍ଗ ଦଳ ସହ ବିଭିନ୍ନ ହିନ୍ଦୁ ସଂଗଠନ ସମର୍ଥନ ଦେଇଛନ୍ତି । ସମ୍ବଲପୁରଠାରେ ରାମ ନବମୀ ଓ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସମସ୍ତ ହିନ୍ଦୁ ସମାଜ ଦ୍ୱାରା ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଇଛି । ଜୟପୁର ମୁଖ୍ୟ ଟ୍ରାଫିକ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଉଭୟ ପଟେ ରାସ୍ତା ଶହ ଶହ ଗାଡି ଅଟକିଥିଲା । ଦୋକାନ, ବଜାର, ଚକ, ଅଖ ବନ୍ଦ ରହିଛି । ଏହି ବନ୍ଦ ଡାକରାକୁ ଜୟପୁରରେ ସମ୍ପୂର୍ଣ୍ଣ ସମର୍ଥନ ମିଳିଛି । ଦୂରଗାମୀ ବସ୍ଗୁଡିକ ହଠାତ ଅଟକି ଯିବା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିବା ଜଣାଯାଇଛି । ଏସ୍ଡିପିଓ ହରିଶ ବିସିଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବନ୍ଦ ପାଳନ ସମୟରେ ବାବୁ ଭାଇ ବଜରଙ୍ଗି, ବରୁଣ ଜୈନ, ବିନୋଦ ଚତ୍ତୁର୍ବେଦି, ଗୌତମ ସାମନ୍ତରାୟ, ଗୁଲି ସାହୁ, ଅଭି ନାୟକ ସମେତ ଶତାଥିକ ସମର୍ଥକ ଉପସ୍ଥିତ ଥିଲେ ।

Leave a Reply