Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଲାଙ୍ଗିର ରେ ହିନ୍ଦୁ ସଂଗଠନ ମାନଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଲାଙ୍ଗିର ରେ ହିନ୍ଦୁ ସଂଗଠନ ମାନଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର : ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ ଆଜି ବଲାଙ୍ଗିର ରେ ସଫଳ ହୋଇଛି ଓ ସକାଳୁଆ ଅଫିସ ହୋଇଥିବା ଯୋଗୁଁ ଭୋର ୫ ଘଣ୍ଟା ରୁ ଆନ୍ଦଳନକାରୀ ମାନେ ପ୍ରସ୍ତୁତ ହୋଇ ବିଭିତ୍ତ ସ୍ଥାନରେ ଉପସ୍ଥିତ ଥିବା ଦେଖା ଯାଇଥିଲା । ସକାଳ ୬ ଘଣ୍ଟା ରେ ବଜରଙ୍ଗ ଦଳର କର୍ମୀମାନଙ୍କ ଏକ ଶୋଭାଯାତ୍ରା ନଗର ବିଭିତ୍ତ ରାସ୍ତାରେ ଯାଇଥିଲା । ପିକେଟିଂ କରି ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରିଛନ୍ତ ଆନେ୍ଦାଳନକାରୀ । ସମ୍ବଲପୁରରେ ଘଟିଥିବା ଅପ୍ରିତିକର ପରିସ୍ଥିତିର ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି । ତେବେ ଆଜି ସକାଳେ ବଜରଙ୍ଗ ଦଳ ବଲାଙ୍ଗିର ମୁଖ୍ୟ ଡାକଘରକୁ ଯାଇ ଏହାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଦେଖାଦେଇଛି । ଏହା ସହିତ ପିକେଟିଂ କରି ଗାଡି ଚଳାଚଳକୁ ମଧ୍ୟ ବନ୍ଦ କରିଛନ୍ତି ବଜରଙ୍ଗ ଦଳ । କଚେରୀ ଆଗରେ ଓ ଭାଗୀରଥୀ ଛକ ରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଓ ଜନସାଧାରଣ ସ୍୍ୱତଃପ୍ରବୃତ୍ତ ଭବରେ ବନ୍ଦ କୁ ସମର୍ଥନ କରି ଛୋଟ ବଡ ସବୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ ବସ ଚଳାଚଳ ଆଜି ବନ୍ଦ ରହିଛି ,ସମସ୍ତ୍ ସ୍କୁଲ୍ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଟ୍ରେନ ଚଳାଚଳ ସ୍ାଭାବିକ ଥିଲେ ମଧ୍ୟ ଯାତ୍ରୀ ମାନେ ନଥିବା ରୁ ଭୁବନେଶ୍ୱର ବଲାଙ୍ଗିର ଭୁବନେଶ୍ୱର ଦୃତ ଗାମୀ ଟ୍ରେନ ସମେତ ଫାଷ୍ଟ ପାସେଞ୍ଜର ଗୁଡିକ ଖୁବ୍ ଅଳ୍ପ ଯାତ୍ରୀ ଯିବା ଆସିବା କରିଥିଲେ ।

Leave a Reply