Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆସିକା ଜାମିୟା ମସଜିଦି ରେ ପାକିସ୍ତାନ ପତାକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆସିକା ଜାମିୟା ମସଜିଦି ରେ ପାକିସ୍ତାନ ପତାକା

ଆସିକା: ଆସିକା ସହର ସୁନାମ୍ବ ସାହି ନିକଟସ୍ଥ ଜାମିୟା ମସଜିଦରେ ଚାରିଦିନ ହେବ ପାକିସ୍ତାନ ପତାକା ଉଡିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଦୃଢ଼ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଆଜି ଆସିକା ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଆସିକା ଥାନାରେ ଏକ ଏତଲା ଦିଆଯାଇଛି. ମସଜିଦ କର୍ମକର୍ତ୍ତା ଓ କମିଟିଙ୍କ ସହିତ ଆଲୋଚନା କରି ସ୍ପଷ୍ଟୀକରଣ ରଖିବାକୁ ଅନୁରୋଧ କରିଛି ଆସିକା ବିଜେପି. ପାକିସ୍ତାନ ଭଳି ବିରୋଧୀ ଦେଶର ପତକା କାହିଁକି ଉଡିଲା ଓ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ଆଡକୁ ଇଙ୍ଗିତ କରୁଛି ବୋଲି ଦାବି କରିଛି ଆସିକା ବିଜେପି । ଏଭଳି ଦେଶ ବିରୋଧୀ କାର୍ଯ୍ୟକଳାପ ଯିଏ ବି କରିଛି ତଦନ୍ତ କରି ଦଣ୍ଡ ବିଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏହା ଜାତୀୟ ଏକତା ଓ ଐକ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଜନସାଧାରଣରେ ଦୃଢ଼ ନିନ୍ଦା ହୋଇଛି ।

Leave a Reply