Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ଚୀନ୍ ଇଞ୍ଜିନିୟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ଚୀନ୍ ଇଞ୍ଜିନିୟର

ଇସ୍ଲାମାବାଦ : ପାକିସ୍ତାନରେ ଅପମାନଜନକ ମନ୍ତବ୍ୟ ଦେଇ ଜଣେ ଚୀନ୍ର ଯନ୍ତ୍ରୀ (ଇଞ୍ଜିନିୟର) ଗିରଫ ହୋଇଛନ୍ତି । ରିପୋର୍ଟ ଅନୁସାରେ “ଆଲ୍ଲା’ଙ୍କୁ ଅପମାନ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସେ ଚୀନ୍ର ଗେଜୌବା ଗୃପ୍ ଅଫ୍ କମ୍ପାନୀରେ କର୍ମ·ରୀ ଥିଲେ । ଏହି ଗିରଫଦାରି ପାକିସ୍ତାନ ଓ ଚୀନ ଭିତରେ ·ଲିଥିବା ରାଜନୈତିକ ବିବାଦ କାରଣରୁ ହୋଇ ଥାଇପାରେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଡ଼ିଛି । ଗିରଫ ହୋଇଥିବା ଚୀନ୍ ନାଗରିକ ଜଣେ ଇଞ୍ଜିନିୟର୍ । ସେ ଇସ୍ଲାମାବାଦ୍ରୁ ୩୫୦ କିମି ଦୂରରେ ଦସୂ ହାଇଡ୍ରୋପାୱାର୍ ପ୍ରୋଜେକ୍ଟରେ କାମ କରୁଥିଲେ । ରମଯାନ୍ ସମୟରେ ଶ୍ରମିକମାନେ ଲମ୍ୱା ଛୁଟି ନେବାକୁ ·ହୁଁଥିଲେ ଓ ସେମାନେ ଧିରେଧିରେ କାମ କରୁଥିଲେ । ଏହି କାରଣରୁ ଶ୍ରମିକମାନଙ୍କ ସହ ଇଞ୍ଜିନିୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଏହା ଉଗ୍ରରୂପ ନେବାରୁ ସେମାନେ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ସମ୍ପୃକ୍ତ ଇଞ୍ଜିନିୟର୍ ଆଲ୍ଲାଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ । ସେଥିପାଇଁ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ସେଠାରେ ଭିଡ଼ ହେବାରୁ କମ୍ପାନୀର ଜଣେ କର୍ମ·ରୀ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ସେଠାକୁ ଆସି ଇଞ୍ଜିନିୟରଙ୍କୁ ଗିରଫ କରି ହେପାଜତରେ ନେଇଥିଲେ । ତାଙ୍କୁ ଖୈବର ପଖ୍ତୁଆନାର କୋହିସ୍ତାନା ପୋଲିସ ଷ୍ଟେସନ୍ରେ ରଖାଯାଇଛି । ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହା ସହିତ ଏନେଇ ଏକ ଟେବୁଲ୍ କାଉନ୍ସିଲ୍ ବୈଠକ ମଧ୍ୟ ଡକାଯାଇଛି । ଚୀନ ଏହି ଘଟଣାକୁ ଗ୍ରହଣ କରିବ ନାହିଁ ବୋଲି ଏବେ କୁହାଯାଉଛି । ଅନ୍ୟପଟେ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୋଲିସ ହେପାଜତରେ ରଖାଯାଇଛି ବୋଲି ପାକିସ୍ତାନ କହିଛି । କୌଣସି ବିଦେଶୀ ନାଗରିକଙ୍କ ଉପରେ ଅପମାନଜନକ ଟିପ୍ପଣି ମାମଲା ରୁଜୁ ହେବା ଘଟଣା ପାକିସ୍ତାନରେ ନୂଆ ନୁହେଁ । ଏହା ପୂର୍ବରୁ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ୨୦୨୧ରେ ପାକିସ୍ତାନରେ ପିଟିପିଟି ହତ୍ୟା କରାଯାଇଥିଲା । ଶ୍ରମିକମାନେ ସେହି ନାଗରିକଙ୍କ ଶବକୁ ଭିଡ଼ ଭିତରେ ଜଳାଇ ଦେଇଥିଲେ । ସୂଚନା ଅନୁସାରେ ସଫାଇ ବେଳେ ଏକ ଧାର୍ମିକ ଷ୍ଟିକର ହଟାଇବାକୁ କୁହାଯାଇଥିଲା । କିନ୍ତୁ ସେମାନେ ହଟାଇ ନଥିଲେ । ଏହାପରେ ମୃତ ନାଗରିକ ଜଣଙ୍କ ସେହି ଷ୍ଟିକର୍କୁ ଉଠାଇ ଦେଇଥିଲେ ।

Leave a Reply