ଭୁବନେଶ୍ୱର : ସମ୍ବଲପୁର ହିଂସା ପ୍ରତିବାଦରେ ବୁଧବାର ଦିନ ରାଜ୍ୟର ୧୪ ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମପ୍ରାନ୍ତ ଶାଖା ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ବନ୍ଦ ପାଳନ କରାଯିବ । ପଶ୍ଚିମପ୍ରାନ୍ତ ଶାଖା ରାଜ୍ୟ ଉପସଭାପତି ବାବୁଭାଇ ବଜରଙ୍ଗୀ ଏହି ସୂଚନା ଦେଇଛନ୍ତି