Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୋଲଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୋଲଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ବୋଲଗଡ଼: ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ଭବ୍ୟ ଶୋଭାଯାତ୍ରା ସମୟରେ ପୁଲିସ ଉପସ୍ଥିତିରେ ପଥର ମାଡ ଓ ଅସାମାଜିକଙ୍କ ଦ୍ୱାରା ଭଙ୍ଗାରୁଜା କରିବା ଏପରିକି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଓ ନିଆଁ ଲଗାଇ ଦିଆଯିବା ଭଳି ଘଟଣାକୁ ନେଇ ସାମ୍ପ୍ରଦାୟିୟକ ଦଙ୍ଗା ସୃଷ୍ଟି ହୋଇଥିଲା । ଏଭଳି ଘଟଣାରେ ପ୍ରତିବାଦରେ ମଙ୍ଗଳବାର ଦିନ ବୋଲଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚରକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବୋଲଗଡ଼ ବିଡ଼ିଓ ଧୋବେଇ ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ହିନ୍ଦୁ ସୁରକ୍ଷା ମଞ୍ଚର କର୍ମୀ ରାମଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ କର୍ମୀମାନେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟଠାରୁ ବାହାରି ୫୭ ନଂ ଜାତୀୟ ରାଜପଥରେ ଏକ ଶାନ୍ତିପୂର୍ଣ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଫାଟକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ହିନ୍ଦୁ ସୁରକ୍ଷା ମଞ୍ଚର ଉପସ୍ଥିତ କର୍ମୀମାନେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର କୁ ବୋଲଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚି ବିଡ଼ିଓ ଶ୍ରୀ ନାୟକଙ୍କୁ ପ୍ରଦାନ କରିଥିଲେ । ଏଥିରେ ହରେକୃଷ୍ଣ ପରମ ଗୁରୁ, ବସନ୍ତ କୁମାର ମଙ୍ଗରାଜ, ସୌମ୍ୟରଞ୍ଜନ ବଳିୟାରସିଂହ, ବୃନ୍ଦାବନ ରଥ, ବିନୋଦ ବିହାରୀ ରାମ, ରବୀନ୍ଦ୍ର କୁମାର ଡିଆଁବାଘ, ଦେବପ୍ରସାଦ ସାହୁ, ପଦ୍ମଚରଣ ଦାସ ଓ କେଶବ ଚନ୍ଦ୍ର ଦାସ ପ୍ରମୁଖ ହିନ୍ଦୁ ଏକତା ସୁରକ୍ଷା ମଞ୍ଚର କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply