Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଏକତାମଂଚ, ତାଳଚେର ତରଫରୁ ହନୁମାନ ଜୟନ୍ତୀ ପାଳନ ବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଏକତାମଂଚ, ତାଳଚେର ତରଫରୁ ହନୁମାନ ଜୟନ୍ତୀ ପାଳନ ବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର

ତାଳଚେର: ବିଗତ ଦିନରେ ସମ୍ବଲପୁର ସହରରେ ଘଟି ଯାଇଥିବା ଅପ୍ରତ୍ୟାଶିତ ଘଟଣାକୁ କେନ୍ଦ୍ରକରି, ହିନ୍ଦୁ ଏକତାମଂଚ, ତାଳଚେର, ଅନୁଗୋଳ ଓଡିଶା ତରଫରୁ ତାଳଚେର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମହାମହିମ ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲଙ୍କ ଉଦେ୍ଦଶ୍ୟରେ ଏକ ଜ୍ଞାପନ ପ୍ରଦାନ କରାଯାଇଛି । ସଂଖ୍ୟାଧିକ ହିନ୍ଦୁ ସମର୍ଥକ ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇ ହିନ୍ଦୁ ସମାଜ ସୁରକ୍ଷା ଉଦେ୍ଦଶ୍ୟରେ ସ୍ଲୋଗାନ ଦେବା ସହିତ ଉକ୍ତ ଘଟଣାର ତଦନ୍ତ ଦାବି କରିଛନ୍ତି । ଶାନ୍ତ ସମ୍ବଲପୁରରେ ସହରରେ ବିଗତ ଦିନରେ ହନୁମାନ ଜୟନ୍ତୀ ପାଳନ ଅବସରରେ ରାମ ଭକ୍ତ ଓ ପୋଲିସ, ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ଅତର୍କିତ ଭାବେ ଟେକା ପଥର, ଖଣ୍ଡା, ଛୁରୀ ଆଦି ମାରଣାସ୍ତ୍ର ଦ୍ୱାରା ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ କରାଯାଇଥିବା ଆକ୍ରମଣ ଘଟଣାକୁ ଅନୁଗୋଳ ଜିଲ୍ଲା ହିନ୍ଦୁ ସମାଜ ଦୃଢ ନିନ୍ଦା କରିବା ସହିତ ଦୋଷୀମାନଙ୍କୁ ତୁରନ୍ତ ଗିରଫ ସହିତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରାଯାଇଛି । ଓଡିଶା ଭଳି ଏକ ଶାନ୍ତ ରାଜ୍ୟରେ ଏପରି ଧର୍ମୀୟ ଆଧାରରେ ଯୋଜନା ଭିତିକ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ । ଏହା ସମଗ୍ର ହିନ୍ଦୁ ସମାଜକୁ ଚିନ୍ତିତ ଓ ବ୍ୟଥିତ କରିଛି । ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାଘାତ ଘଟିଛି । ଛାତ୍ରଛାତ୍ରୀ, ଦିନ ମଜୁରିଆ, ସାଧୁସନ୍ଥ ବ୍ୟବସାୟୀ ସମାଜ ଓ ସାଧାରଣ ନାଗରିକମାନେ ଆକ୍ରମଣ ଶୀକାର ହୋଇଛନ୍ତି । ଆଗକୁ ଆକ୍ରମଣ ହେବାର ସମ୍ଭାବନା କାରଣରୁ ସେଠାକାର ଲୋକେ ଏକ ଭୟଭୀତ ବାତାବରଣରେ ଜୀବନ ଯାପନ କରୁଛନ୍ତି । ଓଡିଶା ସରକାରଙ୍କ ପ୍ରଶାସନିକ ପରିଚାଳନା ଗତ ତ୍ରୁଟି କାରଣରୁ ଓ ଦୁରଦୃଷ୍ଟି ଅଭାବରୁ ବୃହତ ହିନ୍ଦୁ ସମାଜ ଉପରେ ଏଭଳି ଅତର୍କିତ ଆକ୍ରମଣ ଭଳି ଘଟଣା ଘଟିଛି । ଓଡିଶା ସରକାରଙ୍କ ତୁଷ୍ଟିକରଣ ବିଚାର ହିନ୍ଦୁ ସମାଜ ଉପରେ ଆକ୍ରମଣ କରିବାକୁ ପ୍ରୋତ୍ସାହନ ଯୋଗାଉଛି ବୋଲି ଅଭିଯୋଗ କରାଯାଇଛି । ହିନ୍ଦୁ ବିରୋଧୀ ଓ ମାନବିକତା ବିରୋଧୀ ତତ୍ୱମାନଙ୍କୁ ଚିହ୍ନଟ କରି ଅବିଳମ୍ବେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଗଲେ ଆଗାମୀ ଦିନରେ ଅରାଜକତା ସୃଷ୍ଟି କରିବାକୁ କେହି ସାହସ କରିବେ ନାହିଁ ବୋଲି ମଂଚ ପକ୍ଷରୁ କୁହାଯାଇଛି । ଆଜିର କାର୍ଯ୍ୟକ୍ରମରେ ମନୋଜ ପ୍ରଧାନ,ଚୈତନ୍ୟ ପ୍ରଧାନ,ଶ୍ରୀନିବାସ ଖୁଣ୍ଟିଆ, ବାଦଲ ମହାରଣା,ବିନୋଦ ଲାଲ,ସୂର୍ଯ୍ୟକାନ୍ତ ମହାନ୍ତି,ଅଜୟ ପାଢ଼ୀ, ବାବୁଲି ସାମଲ,ଭରତ ଭୂତିଆ,ଅଭୟ ପାଣି ଓ ବିଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply