ବାଲେଶ୍ୱର: ସହକାର ଭାରତୀ ସଙ୍ଗଠନର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ସହରର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ଡିଜିଏମ ହିମାଂଶୁ ଦାସ, ଅଶୋକ ମିଶ୍ର, ସଙ୍ଗଠନର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ପାତ୍ର, ବାମୁଲର ପ୍ରବନ୍ଧକ ଶୁଭେନ୍ଦୁ ଚାନ୍ଦ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରୁ ବିଭିନ୍ନ ଜିଲାରୁ ଆସିଥିବା କର୍ମକର୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ‘ବିନା ସଂସ୍କାର ନାହିଁ ସହକାର ଓ ବିନା ସହକାର ନାହିଁ ଉଦ୍ଧାର’ ବିଚାରଧାରା ନେଇ ସମବାୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନେଇ ଆଣିବା ଉଦେ୍ଦଶ୍ୟରେ କାର୍ଯ୍ୟ ଜାରି ରଖିବାକୁ ସେମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସହକାର ଭାରତୀ ସଙ୍ଗଠନ ରାଜ୍ୟରେ ସମବାୟ ଦ୍ୱାରା ସାଧାରଣ ଜନତାଙ୍କ ସାମାଜିକ ଓ ଆର୍ଥôକ ଉନ୍ନତି ସହ ମୌଳିକ ଅଧିକାରର ସୁରକ୍ଷା ଦିଗରେ ଗୁରୁତ୍ୱ ଦେବାକୁ ସେମାନେ କହିଥିଲେ । ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ କୃଷ୍ଣ ବଲ୍ଲଭ ସାହୁ, ରାଜ୍ୟ ସମ୍ପାଦକ ହେମନ୍ତ ଜେନା ଓ ରାଜ୍ୟ ସଙ୍ଗଠନ ପ୍ରମୁଖ କେତନ ନାୟକ ଏହି ବୈଠକକୁ ପରିଚାଳନା କରିଥିଲେ । ଏହି ଅବସରରେ ମୋଟ ୭ଟି କଳାଂଶର ବିଭାଗୀକରଣ କରାଯାଇଥିଲା । ପ୍ରତ୍ୟେକ କଳାଂଶରେ ବକ୍ତାମାନେ ସମବାୟ ବ୍ୟବସ୍ଥାର ସରଳୀକରଣ ଓ ଜନାଭିମୁଖୀ କାର୍ଯ୍ୟଧାରା ସମ୍ପର୍କରେ ମତାମତ ରଖିଥିଲେ । ସମବାୟ ରାଷ୍ଟ୍ରୀୟ ଅଧିବେଶନରେ ଅଂଶଗ୍ରହଣ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଥିଲା । ଆଗାମୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଝାରସୁଗୁଡ଼ା କିମ୍ବା ସମ୍ବଲପୁରରେ ହେବ । ତେବେ ଆଗାମୀ ମେ ମାସରେ ଭୁବନେଶ୍ୱରରେ ହେବାକୁ ଥିବା ରାଷ୍ଟ୍ରୀୟ ମତ୍ସ୍ୟ ସମବାୟ ସମ୍ମିଳନୀ ପ୍ରସ୍ତୁତି ଓ ତା’ର ରୂପରେଖ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରଭାତ ମହାର୍ଣ୍ଣା, ସିଦେ୍ଧଶ୍ୱର ପରିଡ଼ା, ପ୍ରାର୍ଥସାରଥୀ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।