Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକ୍ ର ପରାଜୟରୁ ଛାୟା ସନ୍ତ୍ରାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକ୍ ର ପରାଜୟରୁ ଛାୟା ସନ୍ତ୍ରାସ


-ସୋମେନ୍ଦ୍ର ଜେନ-

୧୯୪୭ରେ ପାକ୍ ଗଠନ ପରଠାରୁ ୧୯୭୦ ପର୍ଯ୍ୟନ୍ତ ପାକ୍ ନେତାମାନେ ସରିିଆ ଆଧାରିତ ଇସଲାମିକ ରାଷ୍ଟ୍ର କିମ୍ବା ଆଧୁନିକ ବିକଶିତ ରାଷ୍ଟ୍ରଗଠନର ଦ୍ୱନ୍ଦ୍ୱରେ ରହିଆସିଥିଲେ । ଏହି ଦ୍ୱନ୍ଦ୍ୱ ·ଲିଥିବା ମଧ୍ୟରେ ୧୯୭୧ରେ ବଙ୍ଗଳାଦେଶ ପାକିସ୍ଥାନଠାରୁ ଅଲଗା ହେଲା । ସେଥିପାଇଁ ସଂଗଠିତ ଯୁଦ୍ଧରେ ପାକ୍ ସେନା ପରାସ୍ତ ହୋଇଥିଲା । ବଙ୍ଗଳାଦେଶର ଲୋକମାନଙ୍କ ଉପରେ ପାକ୍ସେନା ପକ୍ଷରୁ ବର୍ବର ପ୍ରାୟ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ବଙ୍ଗଳାଦେଶ ସ୍ୱାଧୀନତା ପାଇଁ ସଂଗ୍ରାମରତ ଲୋକମାନଙ୍କୁ ଅମାନବୀୟ ଭାବେ ଗଣହତ୍ୟା କରାଯାଇଥିଲା । ବଙ୍ଗଳାଦେଶ ମଧ୍ୟରେ ଏଭଳି ବର୍ବରତାରୁ ମୁକ୍ତି ପାଇବା ପାଇଁ ଲକ୍ଷଲକ୍ଷ ଲୋକ ଜୀବନ ବିକଳରେ ଭାରତକୁ ·ଲିଆସିବା ପରେ ଭାରତ ସରକାର ଶରଣାର୍ଥôଙ୍କ ·ପରେ ପାକ୍ ସରକାରଙ୍କୁ ·ପଗ୍ରସ୍ତ କରିବା ପାଇଁ ପୂର୍ବବଙ୍ଗର ଶାନ୍ତିବାହିନୀକୁ ସମର୍ଥନ ଦେବାପରେ ପରିଦୃଶ୍ୟ ବଦଳିଥିଲା  । ହେଲେ ସେ ମଧ୍ୟରେ ପାକ୍ ସେନା ଓ ଜମାତ ସଂଗଠନ ମିଶି ଦେଶବ୍ୟାପି ଗଣହତ୍ୟା ଚଳାଇଲେ । ପାକ୍ ଗଣତନ୍ତ୍ରର ଦୁଇଟି  ସ୍ତମ୍ଭ ପାକ୍ ସେନା ଓ ଜମାତ ଲୋକ ହୋଇଥିଲେ । ବଙ୍ଗଳା ଦେଶରେ ଅସନ୍ତୋଷ ବୃଦ୍ଧି ପାଇ ଶେଷରେ ଯେଉଁ ଗୃହଯୁଦ୍ଧ ହୋଇଥିଲା ସେଥିରେ ଭାରତର ସେନା ହସ୍ତକ୍ଷେପ କରିବା ସହ ପାକ୍ ସେନାକୁ ବଙ୍ଗଳାଦେଶରୁ ତଡିବା  ପାଇଁ ବ୍ୟବସ୍ଥା କରିଥିଲେ । ଶେଷରେ ୯୦ହଜାରରୁ ଅଧିକ ପାକଯବାନ ଆତ୍ମସମର୍ପଣ କରିବା ପରେ ବଙ୍ଗଳାଦେଶ ସ୍ୱାଧୀନତା ଲାଭ କରିଥିଲା ।
୧୯୬୫ରେ ଜାତିସଂଘର ସୁରକ୍ଷା ପରିଷଦରେ ଭାଷଣ ଦେଇ ତତ୍କାଳୀନ ପାକ୍ ବିଦେଶମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋ ଭାରତ ବିରୁଦ୍ଧରେ ୧୦୦୦ ବର୍ଷ ପାଇଁ ଯୁଦ୍ଧ ଘୋଷଣା କରିଥିଲେ ।  ୧୯୭୧ ଯୁଦ୍ଧରେ ପାକ୍ ପରାସ୍ତ ହେବାପରେ ଭୁଟ୍ଟୋ ରାଷ୍ଟ୍ରପତି ହୋଇଥିଲେ ।  ପାକ୍ ସରକାରଙ୍କ ଆଣବିକ କାର୍ଯ୍ୟକ୍ରମ ୧୯୭୨ରେ ଇରାନ-ସାଉଦିଆରବରେ ଆର୍ଥôକ ସହଯୋଗ,ଚୀନ ଓ ଉତ୍ତର କୋରିଆର ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତର ଆଣବିକ ବୋମା ପରୀକ୍ଷା ପାଇଁ ଅନୁମତି ଦେଲାପରେ ୧୮ମଇ ୧୯୭୪ରେ ରାଜସ୍ଥାନର ପୋଖରାନରେ ଅପରେସନ ସ୍ମାଇଲିଂ ବୁଦ୍ଧ ପ୍ରକଳ୍ପରେ ପ୍ରଥମେ ସଫଳତାର ସହ ଆଣବିକ ପରୀକ୍ଷା ହୋଇଥିଲା । ଢେର ପୂର୍ବରୁ ଆଣବିକ କାର୍ଯ୍ୟକ୍ରମ ଘୋଷଣାକରି ୧୯୭୬ସୁଦ୍ଧା କାହୁଟାଠାରେ ଆଣବିକ ବିକାଶ କେନ୍ଦ୍ର ଖୋଲିବାକୁ ପାକ୍ ସକ୍ଷମ ହୋଇଥିଲା । ତେବେ ୧୯୭୩ ବେଳକୁ ଭୁଟ୍ଟୋ ପାକ୍ର ଇସଲାମୀକରଣ କରିବାକୁ ରାଜନୀତିକ ସ୍ତରରେ କାର୍ଯ୍ୟାରମ୍ଭ କଲେ । କିନ୍ତୁ ୫ ଜୁଲାଇ ୧୯୭୭ରେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଜିଆ ଉଲ-ହକ ଭୁଟ୍ଟୋଙ୍କୁ କ୍ଷମତାରୁ ହଟାଇ ଦେଇ ତାଙ୍କ ବି·ର ଚଳାଇଲେ । ଶେଷରେ ଭୁଟ୍ଟୋଙ୍କ ଫାସୀ ପରେ ଜିଆ ପାକ୍ ସମ୍ବିଧାନରେ ଇସଲାମିକ ଆଇନ ଭରିବା ସହ ଶିକ୍ଷାନୁଷ୍ଠାନଗୁଡିକର ଇସଲାମୀକରଣ କରିବାକୁ ଲାଗିଲେ । ପରେ ଦେଶରେ ଇସଲାମିକ ଧାର୍ମିକ ଶିକ୍ଷାକୁ ଅନୁଷ୍ଠାନ ବୋଲି ସେନା, ପ୍ରଶାସନ, ବି·ରରେ ଏହାକୁ ପ୍ରବେଶ କରାଇଲେ । ଏହି କାର୍ଯ୍ୟକ୍ରମ ଜାରିରହିବା ପରେ ସାଧାରଣ ଲୋକେ ମୋ÷÷ଳବାଦୀ ହେଲେ ଏବଂ ଅଧିକ ସକ୍ରୀୟ ଲୋକେ ସନ୍ତ୍ରାସବାଦୀ ହେଲେ । ଯେହେତୁ ସୋଭିଏତ ରୁଷିଆ ବିରୁଦ୍ଧରେ ଲଢିବା ପାଇଁ ଏହି ଇସଲାମିକ ସେନା ଆମେରିକାକୁ ସାହାଯ୍ୟ କରିଆସୁଥିଲା , ତେଣୁ ସେମାନେ  ତାକୁ ଗୁରୁତ୍ୱ ଦେଲେ ନାହିଁ, ବରଂ ପାକ୍ର ସନ୍ତ୍ରାସପ୍ରତି ଆଖିବୁଜି ରହିଲେ । 
ଭୁଟ୍ଟୋ ପାକର ପରାଜୟକୁ ଆଖିରେ ଦେଖିଥିଲେ । ପାକ୍ କିପରି ଭାରତରୁ ଅଲଗା ହେଲାପରେ  ବାରମ୍ବାର ପେଣ୍ଡୁଲମ୍ ଘଣ୍ଟାପରି ଅସ୍ଥିର ସରକାର ହାତକୁ ଯାଉଥିଲା ତାହା ମଧ୍ୟ ଦେଖିଥିଲେ । ତେଣୁ ସେ ଆଣବିକ କେନ୍ଦ୍ର ସ୍ଥାପନ ଚୀନ ସହ ବନ୍ଧୁତା, ମୋ÷÷ଳବାଦ ମାର୍ଗରେ ପାକର ପରି·ଳନା ଉପରେ ଅଧିକ ଗୁରୁତ୍ୱ ଦେଲେ । କାରଣ ସମ୍ମୁଖ ଯୁଦ୍ଧରେ ଭାରତକୁ ପରାସ୍ତ କରାଯାଇପାରିବ ନାହିଁ ବୋଲି ଜାଣିବା ପରେ ସେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ପାଇଁ ଚିନ୍ତା କଲେ, ୧୦୦୦ କ୍ଷତ ସୃଷ୍ଟି କରିବା କଥା କହିଲେ । ଜମାତେ ଇସଲାମୀକୁ ଏଥିପାଇଁ  ବ୍ୟବହାର କରିବାର ଲକ୍ଷ୍ୟ ରଖିଲେ । ଭାରତ ବିରୁଦ୍ଧରେ ଛାୟାଯୁଦ୍ଧ ଜାରି ରଖିବାକୁ ଆହ୍ୱାନ ଦେଲେ ।  କାଶ୍ମୀର ନାମରେ ବିଶ୍ୱବ୍ୟାପି ଭାରତ ବିରୋଧୀ ପ୍ର·ରଯୁଦ୍ଧ ପାଇଁ ବହୁ ପରିମାଣର ଅର୍ଥ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଲବିଂ ସଂସ୍ଥାମାନଙ୍କୁ ଦେବାଲାଗି ବ୍ୟବସ୍ଥା କଲେ । ଭୁଟ୍ଟୋଙ୍କ ପରେ କ୍ଷମତା ଦଖଲ କରିଥିବା ଜିଆ ଉଲହକ୍ ୧୧ବର୍ଷ ଧରି ଭୁଟ୍ଟୋଙ୍କ ଯୋଜନାକୁ ସଫଳ କରିବା ପାଇଁ ପାକ୍କୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତ ଉଦ୍ୟମ କଲେ । ଆଫଗାନିସ୍ଥାନରେ ସୋଭିଏତ୍ ରୁଷିଆର ଆକ୍ରମଣ ଏଥିପାଇଁ ସୁଯୋଗ ସୃଷ୍ଟିକଲା । ରୁଷିଆସେନା ସହ ଲଢିବା ପାଇଁ ଆମେରିକାର ଆଗ୍ରହରେ ଧର୍ମଯୋଦ୍ଧା ବା ମୁଜାହିଦ୍ଦୀନ ସୃଷ୍ଟି କରିବା ପାଇଁ ଜିଆ କାର୍ଯ୍ୟ କଲେ । ଭାରତ କୈନ୍ଦ୍ରୀକ ସଂଘର୍ଷକୁ ବ୍ୟାପକ କରିବା ପାଇଁ ଏବଂ କାଶ୍ମୀରରେ ଅଶାନ୍ତି ସୃଷ୍ଟିଲାଗି ସେ ‘ଅପରେସନ ଟୁପାକ’ ଆରମ୍ଭ କଲେ । 
୧୯୬୦ ଦଶକରୁ ଭାରତ ବିରୋଧୀ ପାକ୍ର ସାମରିକ, ଗୋଇନ୍ଦା ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଥିଲା,ଯାହା ୧୯୮୮ରେ ଅପରେସନ ଟୁପାକର ନାମ ଗ୍ରହଣ କଲା । ୧୯୬୫ରେ ପାକ୍ସେନାର ପରାଜୟର ପ୍ରତିଶୋଧ ନେବାକୁ ଏହାର ଉଦେ୍ଦଶ୍ୟ ତିନିପ୍ରକାର ରହିଥିଲା ,(କ) ଭାରତକୁ ଚତୁର୍ଦ୍ଦିଗରୁ ଘେରିରଖିବା , (ଖ) ବିଘଟନ କାର୍ଯ୍ୟ କରିବାକୁ ଗୋଇନ୍ଦା କାର୍ଯ୍ୟ ପରିବ୍ୟାପ୍ତ କରିବା , (ଗ) ନେପାଳ ଏବଂ ବଙ୍ଗଳାଦେଶର ସୀମାରେ ସେନାର ଗତିବିଧିକୁ ବୃଦ୍ଧି କରି ଅପରେସନ ଚଳାଇବା ଏବଂ କାର୍ଯ୍ୟ କେନ୍ଦ୍ର ସ୍ଥାପନ କରିବା , (ଘ) ଭାରତରେ ସକ୍ରୀୟଥିବା ସନ୍ତ୍ରାସବାଦୀ, ବିଚ୍ଛିନ୍ନତାବାଦୀ ଏବଂ ଇସଲାମିକ ସଂଗଠନଗୁଡିକୁ ଅର୍ଥ ଓ ଶସ୍ତ୍ର ଯୋଗାଇଦେବା । 
ଅପରେସନ ଟୁପାକକୁ ସ୍ୱୀକୃତି ମିଳିବା ପରେ ପରେ ଆମେରିକା ଏବଂ ଭାରତର କାଶ୍ମୀରରେ ଅନେକ ଉଗ୍ରବାଦୀ ସଂଗଠନ ମୁଣ୍ଡ ଟେକିଲେ । ଜମାତେ ଇସଲାମୀର ଉଗ୍ରବାଦୀ ଶାଖା ହିଜବୁଲ ମୁଜାହିଦ୍ଦୀନ (୧୯୮୦) ଓ ଲସ୍କର ଇ ତୈ÷ବା (୧୯୯୦) ଗଠନ ହେଲା । ଠିକ ସେହି ସମୟରେ ଅନେକଗୁଡିଏ ସମାନ୍ତରାଳ ସଂଗଠନ ଭାରତ ବାହାରେ ଆମେରିକା, ବ୍ରିଟେନ ଏବଂ କାନାଡାରେ ମଧ୍ୟ ମୁଣ୍ଡ ଟେକିଲେ ।
ଜମାତର ସଂଗଠନ ଇସଲାମିକ ସର୍କଲ ଅଫ ନର୍ଥ ଆମେରିକା  (ଇସନା) ଏହାର ଆନ୍ତର୍ଜାତିକ ପତ୍ରିକା ‘ଦି ମେସେଜ୍ ଇଣ୍ଟରନେସନାଲ’ (୧୯୯୦) ପ୍ରକାଶ କଲା । ଛତୁ ଫୁଟିଲା ପରି ଅନେକ ସଂଗଠନ ଆମେରିକା ଏବଂ ବ୍ରିଟେନରେ ଗଢି ଉଠିଲା । ୧୯୯୦ରେ ଦୁଇଟି ପ୍ରମୁଖ ସଂଗଠନ ୱାର୍ଲଡ କାଶ୍ମୀର ଫ୍ରିଡମ୍ ମୁଭମେଣ୍ଟ ଆଇଏସ୍ଆଇର ଏଜେଣ୍ଟ ମୁହମ୍ମଦ ଅୟୁବ ଠାକୁର ଏବଂ କାଶ୍ମୀର ଆମେରିକାନ କାଉନସିଲ ଘୁଲାମ ନବି ଫାୟି ଦ୍ୱାରା ପଞ୍ଜିକୃତ ହେଲା । ଜିଆ ଉଲ୍ ହକ୍ ଠିକ୍ ସେହି ସମୟରେ କେ-୨ ନାମରେ ଉଭୟ କାଶ୍ମୀର ଏବଂ ଖଲିସ୍ଥାନ ଆନେ୍ଦାଳନକୁ ବ୍ୟାପକ କରି ପଞ୍ଜାବ ସହ କାଶ୍ମୀରକୁ ଅସ୍ଥିର କରିବା ଉଦେ୍ଦଶ୍ୟରେ ପ୍ରୟାସ କଲେ । ଖାଲିସ୍ଥାନ ସମର୍ଥନକାରୀ ସଂଗଠନ ଭାରତ ବାହାରେ ଛତୁ ଫୁଟିଲା ପରି ଗଢି ଉଠିଲେ । ୧୯୮୯ରେ ଆମେରିକାରେ ଏକ ସଂଗଠନ ଶିଖ୍ ୟୁଥ ଅଫ୍ ଆମେରିକା ମୁଣ୍ଡ ଟେକିଲା । ତାର ଦାୟିତ୍ୱରେ ଆଇଏସ୍ଆଇର ଜମାତ ସଂଗଠନ ଇସନାର ଭଜନସିଂହ ଭିଣ୍ଡର ରହିଲା । କାର୍ଯ୍ୟକୁ ସହଯୋଗ କରିବା, କୋ÷÷ଶଳ ଅନୁଯାୟୀ ଦୁଇଟି ସଂଗଠନ ମଧ୍ୟରେ ତାଳମେଳ ରଖିବା ପାଇଁ ଜଷ୍ଟିସ ଫର ଅଲ୍ ନାମକ ଅନ୍ୟ ଏକ ସଂଗଠନ ଗଠନ କରାଗଲା । ଏସବୁର ମୂଳଲକ୍ଷ୍ୟ ରହିଲା ଭାରତକୁ ବିରୋଧ କରିବା । 
ପାକ୍ର ମୋଟ ଘରୋଇ ଉତ୍ପାଦ (ଜିିଡିପି) ୧୯୮୦ ପରଠାରୁ ହ୍ରାସ ପାଇବାରେ ଲାଗିଥିଲା । ଏହି ସମୟରେ ଅପରେସନ ଟୁପାକ ସମେତ ତିନୋଟି ଅପରେସନ ପାକିସ୍ଥାନ  ଆରମ୍ଭ କରିଥିଲା,  ପାକ୍ର ଭାରତ ବିରୋଧୀ ଷଡଯନ୍ତ୍ର ଏହି ସମୟରେ ଥିଲା ସର୍ବାଧିକ ।  ଅପରେସନ ଟୁପାକ ଦୁଇଟି କ୍ଷେତ୍ରରେ ଲଢୁଥିଲା । ସୀମାପାର ଆତଙ୍କବାଦ ଏବଂ ଭାରତରେ ସନ୍ତ୍ରାସବାଦ । ଏହି ଦ୍ୱିମୁଖୀ ସନ୍ତ୍ରାସବାଦ ଗୋଟିଏ ସମୟରେ ଭାରତକୁ ସଣ୍ଢୁଆସୀ ଆକ୍ରମଣ କଲେ । ଦେଶ ଭିତରେ ଥିବା ଟୋପିବାଜ୍- ପଗଡିବାଜ୍ ମେଣ୍ଟ ଏବଂ ଦେଶ ବାହାରେ ଥିବା ପାକ୍ର ଚରଣଚଟା ପଗଡିବାଜୀ ଗୋଷ୍ଠୀ ଏବଂ ସନ୍ତ୍ରାସବାଦୀମାନେ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଲେ । ସେଥିପାଇଁ ସ୍ୱତନ୍ତ୍ର ସନ୍ତ୍ରାସୀ ପ୍ରଶିକ୍ଷଣ ଶିବିରରେ ସେନାଧିକାରୀମାନେ ପ୍ରଶିକ୍ଷଣ ଦେଲେ । ବିଦେଶର ଅନେକ ଗୁରୁଦ୍ୱାର ମଧ୍ୟରେ ସନ୍ତ୍ରାସବାଦୀମାନେ ପ୍ରବନ୍ଧକ କମିଟିର ସମର୍ଥନ,ସହଯୋଗ, ପାକ୍ର ଯୋଜନାରେ ଭାରତ ବିରୋଧୀ ଷଡଯନ୍ତ୍ରର ଜାଲ ବୁଣିଲେ  ।

ô
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply