Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷକ ନିଯୁକ୍ତି ପାଇ ପାରିବେ କମର୍ସ ଗ୍ରାଜୁଏଟ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷକ ନିଯୁକ୍ତି ପାଇ ପାରିବେ କମର୍ସ ଗ୍ରାଜୁଏଟ୍

ଭୁବନେଶ୍ୱର: ରାଜ୍ୟର ସମସ୍ତ କମର୍ସ ଗ୍ରାଜୁଏଟଙ୍କ ଅ ।ସିଛି ଏକ ଖୁସି ଖବର । ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ପିଥିବା ଇଂରାଜୀ ଓ ଅର୍ଥନୀତି ବିଷୟକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ସେହି ଅ ।ଧାରରେ ବାଣିଜ୍ୟ ସ୍ନାତକଙ୍କୁ ଶିକ୍ଷକତା ·କିରି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯିବ । ବାଣିଜ୍ୟ ସ୍ନାତକମାନେ ଶିକ୍ଷକତା କରିପାରିବେ ବୋଲି ପୂର୍ବରୁ ହାଇକୋର୍ଟର ସିଙ୍ଗଲ ଜଜ ରାୟ ଶୁଣାଇଥିଲେ । ତେବେ ଉକ୍ତ ରାୟକୁ ମୁଖ୍ୟ ବି·ରପତି ଜଷ୍ଟିସ ଏସ.ମୁରଲୀଧର ଓ ବି·ପରତି ଜଷ୍ଟିସ ଗୌରୀଶଙ୍କରକୁ ନେଇ ଗଠିତ ବେଞ୍ଚ କାଏମ୍ ରଖିଥିବା ଜଣାପଡ଼ିଛି । ଗତ ୨୦୨୨ ମସିହା ଜୁନ ୬ରେ ହାଇକୋର୍ଟର ବି·ରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ବାଣିଜ୍ୟ ସ୍ନାତକଙ୍କୁ ଶିକ୍ଷକତା ·କିରିରେ ନିଯୁକ୍ତି ଦିଅ ।ଯାଇ ପାରିବ ବୋଲି ରାୟ ଦେଇଥିଲେ । ଉକ୍ତ ଅ ।ଦେଶକୁ ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଉକ୍ତ ଅପିଲ ପିଟିସନକୁ ହାଇକୋର୍ଟ ଖାରଜ କରିବା ସହ ପୂର୍ବ ଅ ।ଦେଶକୁ କାଏମ୍ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟ୍ରାକଚୁଅ ।ଲ ଟ୍ରେଡ୍ ଗ୍ରାଜୁଏଟ ଟିଚର (ଟିଜିଟି) ଓ ତେଲୁଗୁ ଟିଚର ପଦ ପାଇଁ ନିଷ୍ପତ୍ତି ନିଅ ।ଯାଇଥିଲା । ସେହି ଅ ।ଧାରରେ ଅଗଷ୍ଟ ୨୮ରେ ଶିକ୍ଷା ବିଭାଗ ନିଦେ୍ର୍ଦଶକଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ ବିଷୟ ନଥିବା କାରଣ ଦର୍ଶାଇ ଅ ।ବେଦନକାରୀଙ୍କୁ ମେରିଟ ଲିଷ୍ଟରୁ ବାଦ୍ ଦିଅ ।ଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଗତବର୍ଷ ହାଇକୋର୍ଟ ରାୟ ଦେଇଥିଲେ । ଏଥିସହିତ ଅ ।ବେଦନ କାରୀମାନେ ଏହି ପଦ ପାଇଁ ଅ ।ପ୍ଳାଏ କରିପାରିବେ ବୋଲି କହିଥିଲେ । ତେବେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ବାଣିଜ୍ୟ ସ୍ନାତକଙ୍କୁ ଏକ ବଡ଼ ଅ ।ଶ୍ୱସ୍ତି ମିଳିଛି ।

Leave a Reply