Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଙ୍ଗୋଲିଆ ଶିଶୁ ତିବ୍ୱତର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଙ୍ଗୋଲିଆ ଶିଶୁ ତିବ୍ୱତର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ

ନୂଆଦିଲ୍ଲୀ: ଚୀନକୁ ବଡ଼ ଝଟକା । ୮୭ ବର୍ଷୀୟ ତିବ୍ୱତୀୟ ଧାର୍ମୀୟ ନେତା ଦଲାଇ ଲାମା ଡ୍ରାଗନକୁ ମୁହଁତୋଡ ଜବାବ ଦେଇଛନ୍ତି । ଏକ ୮ ବର୍ଷର ମଙ୍ଗୋଲିଆ ଶିଶୁକୁ ତିବ୍ୱତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ ଭାବେ ଅବସ୍ଥାପିତ କରିଛନ୍ତି । ଦଲାଇ ଲାମା ଏହି ଶିଶୁକୁ ଦଶମ ଖାଲଖା ଜେଟସନ୍ ଧମ୍ପା ରିନ୍େପାଚେଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି । ମାର୍ଚ୍ଚ ୮ତାରିଖରେ ଧର୍ମଶାଳାରେ ନୂଆ ଧାର୍ମିକ ଗୁରୁଙ୍କୁ ଭେଟିବାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ୬ଶହ ମୋଙ୍ଗୋଲିଆ ଯୋଗ ଦେଇଥିଲେ । ଦଲାଇ ଲାମା କହିଛନ୍ତି ଯେ, ଆମ ପୂର୍ବଜ ଚକ୍ରସମ୍ବର କୃଷ୍ଣଚାର୍ଯ୍ୟ ଦେଶ ସହ ଗଭୀର ସମ୍ପର୍କ ଥିଲା । ମୋଙ୍ଗୋଲିଆରେ ଏକ ମଠର ସ୍ଥାପନା କରାଯାଇଥିଲା । ଏଭଳି ପରିସ୍ଥିତିରେ ମଙ୍ଗୋଲିଆରେ ତୃତୀୟ ଧାର୍ମିକ ନେତାଙ୍କୁ ଭେଟିବା ଅତ୍ୟନ୍ତ ଶୁଭ ଅଟେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ତିବ୍ୱତୀୟ ଧର୍ମଗୁରୁ ବା ୧୦ମ ଖଲଖା ହେଉଛନ୍ତି, ମଙ୍ଗୋଲିଆର ଏକ ଶିଳ୍ପପତିଙ୍କ ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣେ । ଏହି ପିଲାମାନଙ୍କର ନାମ ହେଉଛି ଆଗୁଡାଇ ଏବଂ ଅଚିଲାଇ । ଶିଶୁଙ୍କ ଜେଜେମା ମଙ୍ଗୋଲିଆରେ ସାଂସଦ ମଧ୍ୟ ଥିଲେ । ପିଲାଟି ଧାର୍ମିକ ଗୁରୁ ହେବାର ଖବର ଆସିବା ମାତ୍ରେ ଲୋକମାନେ ମୋଙ୍ଗୋଲିଆରେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି

Leave a Reply