Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନଜାତି ସୁରକ୍ଷାମଞ୍ଚ ତରଫରୁ ବିଶାଳ ସମାବେଶ ପାଇଁ ସାମ୍ବାଦିକ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନଜାତି ସୁରକ୍ଷାମଞ୍ଚ ତରଫରୁ ବିଶାଳ ସମାବେଶ ପାଇଁ ସାମ୍ବାଦିକ ସମ୍ମିଳନୀ

ଉଦଳା : ଆସନ୍ତା ୨୫ ତାରିଖ ଦିନ ଭୁବନେଶ୍ୱରର ଜନତା ମଇଦାନରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଏକ ବିଶାଳ ସମାବେଶ ଆୟୋଜନ ପାଇଁ ଜନଜାତି ସୁରକ୍ଷା ମଞ୍ଚର ପ୍ରାନ୍ତ ସଂଯୋଜକ ଶକ୍ତି ଦୟାଲ କିସ୍କୁ ପ୍ରେସ ବିବୃତି ଦେଇଛନ୍ତି । ଭାରତୀୟ ସମ୍ବିଧାନରେ ଧାରା୩୪୧ ଏବଂ ଧାରା ୩୪୨ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅହେତୁକ ପାର୍ଥକ୍ୟ ରହିଥିବା ପରିଲକ୍ଷିତ ହୋଇଛି । ଅନୁସୂଚିତ ଜାତି ର କୌଣସି ଲୋକ ଧର୍ମ ପରିବର୍ତନ କଲେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ମାତ୍ର ଆଦିବାସୀ ଜନଜାତି ର ଅନେକ ଲୋକ ଧର୍ମ ପରିବର୍ତନ ପରେ ବି ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବା ସହିତ ଶିକ୍ଷା ଓ ଚାକିରି ତଥା ରାଜନୈତିକ କ୍ଷେତ୍ରରେ ସୁବିଧା ପାଇବା ସହିତ ଧର୍ମାନ୍ତରୀକରଣ ଯୋଗୁଁ ସଂଖ୍ୟାଲଘୁ ଆରକ୍ଷଣ ସୁବିଧା ମଧ୍ୟ ଉପଭୋଗ କରୁଛନ୍ତି । ସମ୍ବିଧାନର ଧାରା ୩୪୨ର ଏଇଭଳି କାର୍ଯ୍ୟକାରିତାକୁ ବିରୋଧ କରି ଆଗାମୀ ମାର୍ଚ୍ଚ ୨୫ ତାରିଖ ଦିନ ସାରା ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭୁବନେଶ୍ୱର ର ମୈଦାନ ପଡ଼ିଆରେ ଏକତ୍ରିତ ହେବା ସହିତ ଏହାର ପ୍ରତିବାଦ କରାଯିବାର ସୂଚନା ଦେଇଛନ୍ତି । ଧର୍ମାନ୍ତରୀକରଣ ହୋଇଥିବା ଅନୁସୂଚିତ ଜନଜାତି ଲୋକମାନଙ୍କୁ ସମ୍ବିଧାନର ଏସ ଟି ସୂଚୀରୁ ବାଦ ଦେବାକୁ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Reply