Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବର୍ଷକୁ ୪,୪୧୧ କୋଟି ଆୟ କରିବ ତିରୁପତି ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବର୍ଷକୁ ୪,୪୧୧ କୋଟି ଆୟ କରିବ ତିରୁପତି ମନ୍ଦିର

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲ ୧ରୁ ଅରମ୍ଭ ହେଉଥିବା ନୂତନ ଆର୍ଥôକ ବର୍ଷରେ ମୋଟ୍ ୪,୪୧୧ କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତି ଲକ୍ଷ୍ୟ ରଖିଛି । ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର ତିରୁମାଲାରେ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ପହଞ୍ଚି ଥାଆନ୍ତି । ମନ୍ଦିରର ସଞ୍ଚାଳନ ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ଦ୍ୱାରା କରାଯାଏ । ଟ୍ରଷ୍ଟର ସଭାପତି ସୁବା ରେଡ୍ଡୀ କହିଛନ୍ତି ମନ୍ଦିରର ବାର୍ଷିକ ବଜେଟ୍?କୁ ନିକଟରେ ମଞ୍ଜୁରୀ ମିଳିଥିଲେ ହେଁ ଏମଏଲସି ନିର୍ବାଚନ ପାଇଁ ଲାଗିଥିବା ନିର୍ବାଚନ ଆଚରଣ ବିଧି ଯୋଗୁଁ ଫଣ୍ଡ କଢାଯାଇ ପାରୁନାହିଁ । ଚଳିତ ଆର୍ଥôକ ବର୍ଷ ତୁଳନାରେ ନୂତନ ବର୍ଷର ରାଜସ୍ୱ ଲକ୍ଷ୍ୟପ୍ରାପ୍ତି୧୩୧୫ କୋଟି ଟଙ୍କାରୁ ଅଧିକ ରହିଛି । ଚଳିତ ବର୍ଷ ଏହା ୩୦୯୬ ଟଙ୍କା ରହିଥିଲା, ଯାହା ଏବେ ବୃଦ୍ଧି ଘଟିଛି । ରେଡ୍ଡୀ କହିଛନ୍ତି, ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏଥିପାଇଁ ରାଜସ୍ୱ ଲକ୍ଷ୍ୟପ୍ରାପ୍ତି ବୃଦ୍ଧି କରାଯାଇଛି । କରୋନା ସମୟ ଅତିକ୍ରାନ୍ତ ପରେ ଏବେ ମନ୍ଦିରକୁ ମିଳୁଥିବା ଚାନ୍ଦାର ପରିମାଣ ବଢିଛି । କରୋନା ପୂର୍ବରୁ ମନ୍ଦିରକୁ ପ୍ରତି ବର୍ଷ ୧୨୦୦ କୋଟି ଟଙ୍କା ଦାନ ରୂପେ ମିଳୁଥିଲା । ତେବେ କରୋନା ଯୋଗୁଁ ଏଥିରେ ହ୍ରାସ ଘଟିଥିଲା ।

Leave a Reply