Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶରଣକୁଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶରଣକୁଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଓଡଗାଁ : ଶରଣକୁଳର ଅଗ୍ରଣୀ ଶିକ୍ଷଅନୁଷ୍ଠାନ ସରସ୍ୱତୀ ଶିଶୁ ୍ୱିଦ୍ୟାମନ୍ଦିର ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି ।ପବିତ୍ର ହିନ୍ଦୁ ନବବର୍ଷ ଅବସରରେ କୋମଳ ମତି ଛାତ୍ରଛାତ୍ରୀ ମାନେ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ଏକ ପଥପ୍ରାନ୍ତ ସଂଚାଳନ କରିଥିଲେ । ଛାତ୍ରୀ ମାନେ ଭାରତ ମାତା ବେଶରେ ସଜିତ ହୋଇ ହାତରେ ପତାକା ଧରି ଭାରତ ମାତାର ଜୟଗାନ ସହିତ ହିନ୍ଦୁ ସଂସ୍କୃତିର ଜୟ ଜୟ ଗାନ କରିଥିଲେ । ଏହି ପଥପ୍ରାନ୍ତ ସଂଚାଳନ ପ୍ରଥମେ ବିଦ୍ୟାମନ୍ଦିରରୁ ବାହାରି ଭିକାରୀପଡା ଓ ଶରଣକୁଳ ପରିକ୍ରମା କରିଥିଲା । ଆଧୁନିକ ସମାଜରେ ଲୋକମାନେ ହିନ୍ଦୁ ପରମ୍ପରା ଓ ସଂସ୍କୃତିକୁ ଭୁଲିଯାଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଏକ ନିଆରା ପଦକ୍ଷେପ ନେଇ ଘର ଘର ବୁଲି ପଥଚାରି ମାନଙ୍କୁ ହିନ୍ଦୁ ସଂସ୍କୃତିର କଥା ମନେପକାଇ ଦେଇଥିଲେ । ଏହାପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହିନ୍ଦୁ ନବବର୍ଷକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଦଭାବନା ସଭାରେ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗଦେଇ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଆଭିମୁଖ୍ୟ ବିଷୟରେ ବୌଦ୍ଧିକ ପ୍ରଦାନ କରିବା ସହିତ କାର୍ଯକ୍ରମକୁ ସରସ ସୁନ୍ଦର କରିଥିଲେ ।

Leave a Reply