Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଋଣ ବଦଳରେ ପଡୋଶୀଙ୍କୁ ଯୁଦ୍ଧାସ୍ତ୍ର ଯୋଗାଉଛି ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଋଣ ବଦଳରେ ପଡୋଶୀଙ୍କୁ ଯୁଦ୍ଧାସ୍ତ୍ର ଯୋଗାଉଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନରେ ଆର୍ଥôକ ସଂକଟ ଜାରି । ଋଣ ପାଇଁ ନିଜ ଯୁଦ୍ଧାସ୍ତ୍ରକୁ ବନ୍ଧକ ରଖିବ ପଡୋଶୀ । ଋଣ ବଦଳରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ୍ ପଠାଇବ ପାକ୍ । ଦେଶର ଆର୍ଥôକ ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ପଶ୍ଚିମ ଦେଶମାନଙ୍କ ସହିତ ବୁଝାବଣା କରୁଛି ପାକିସ୍ତାନ । ଏହା ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଋଷ୍ ଗସ୍ତ କରି ଏବାବଦରେ ଆଲୋଚନା କରିଥିଲେ । ଏବେ ପଶ୍ଚିମ ଦେଶମାନଙ୍କ ସହିତ ବୁଝାବଣା କରୁଛନ୍ତି ନେତା ଅନ୍ୟପଟେ ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଋଣ ନମିଳିବାରୁ ବାଧ୍ୟ ହୋଇ ପଡୋଶୀ ଦେଶ ଆର୍ଥôକ ସହୟତା ବଦଳରେ ଯୁଦ୍ଧାସ୍ତ୍ର ବନ୍ଧକ ଦେବାକୁ ଯୋଜନା କରୁଛି । ୟୁକ୍ରେନକୁ ୪୦ଟି ଯୁଦ୍ଧ ଟ୍ୟାଙ୍କ ଦେଇପାରେ ପାକିସ୍ତାନ । ଟି-୮୦ଟଊ ଟ୍ୟାଙ୍କକୁ ପାକିସ୍ତାନ ୧୯୮୦ରେ ୟୁକ୍ରେନ ଠାରୁ କିଣିଥିଲା । ଏବେ ଏହାକୁ ୟୁକ୍ରେନ ଯୁଦ୍ଧରେ ସାମିଲ କରିବା ପାଇଁ ପଠାଇବାକୁ ଯୋଜନା କରୁଛି । ବିଦେଶ ମିଡିଆ ରିପୋର୍ଟ ମୁତାବକ ପାକିସ୍ତାନ ନିଜର ଆର୍ଥôକ ସ୍ଥିତି ସୁଧାରିବାକୁ ପଶ୍ଚିମ ଦେଶ ପୋଲାଣ୍ଡ, ଜର୍ମାନୀ ଓ ଏବଂ ୟୁଏକେ ଜରିଆରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଟ୍ୟାଙ୍କ ପଠାଇବା ଯୋଜନା କରିବା ପୂର୍ବରୁ ପାକିସ୍ତାନ ୟୁକ୍ରେନକୁ ବହୁ ଯୁଦ୍ଧାସ୍ତ୍ର ପଠାଇଛି । ଗୋଟିଏ ବର୍ଷ ମଧ୍ୟରେ ଋଷ୍ର କଥାରେ ବସଉଠ୍ ହେଉଥିବା ପାକିସ୍ତାନ ଦଳ ପରିବର୍ତ୍ତନ କରିଛି । ଏବେ ପଶ୍ଚିମ ଦେଶ ମାଧ୍ୟମରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ।

Leave a Reply