Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର

ନୂଆଦିଲ୍ଳୀ: କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ । ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ୱିଟ୍କୁ ନେଇ ଚେତନ କୁମାରଙ୍କୁ ବେଙ୍ଗାଲୁରୁ ପୋଲିସ୍ ଗିରଫ କରିଛି । ସୂଚନାଯୋଗ୍ୟ, ଟ୍ୱିଟ୍?ରେ ଚେତନ କୁମାର ହିନ୍ଦୁ ଧର୍ମର ଅସ୍ତିତ୍ୱକୁ ମିଛ ବୋଲି କହିଥିଲେ । ଚେତନ କୁମାର ସୋମବାର ନିଜର ଟ୍ୱିଟର ହ୍ୟାଣ୍ଡେଲରେ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ଟ୍ୱିଟ୍ କରିଛନ୍ତି । ଚେତନ ଏହି ଟ୍ୱିଟ୍ରେ ଲେଖିଛନ୍ତି ‘ ହିନ୍ଦୁତ୍ୱ ମିଛରେ ତିଆରି ହୋଇଛି । ସାବରକରଙ୍କ ରାମ ରାବଣକୁ ହରାଇ ଅଯୋଧ୍ୟା ଫେରିବା ପରେ ଭାରତୀୟ ରାଷ୍ଟ୍ର ଆରମ୍ଭ କଥା ମିଛ । ୧୯୯୨ ରେ ବାବରୀ ମସଜିଦ୍ ରାମ ଜନ୍ମଭୂମି ମିଛ । ୨୦୨୩ର ଉରୀଗୌଡ଼ା-ନାନଜେଗୌଡ଼ା ଟିପୁଙ୍କ ହତ୍ୟାକାରୀ ତାହାବି ମିଥ୍ୟା । ହିନ୍ଦୁତ୍ୱକୁ ସତ୍ୟରେ ହରାଯାଇପାରିବ । ସତ୍ୟ ସମାନା ।’ ବୋଲି କହିଛନ୍ତି ଚେତନ । ଆଉ ହିନ୍ଦୁ ଧର୍ମ ବିରୋଧରେ ଏହି ବିବାଦୀୟ ବୟାନକୁ ନେଇ ଏବେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଚେତନ କୁମାରଙ୍କୁ ମଙ୍ଗଳବାର ବେଙ୍ଗାଲୁରୁର ଶେଷାଦ୍ରୀପୁରମ ପୋଲିସ୍ ଗିରଫ କରିଛି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହି କନ୍ନଡ଼ ଅଭିନେତା କୌଣସି ବିବାଦୀୟ ଟ୍ୱିଟ୍ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ହିନ୍ଦୁ ଧର୍ମକୁ ନେଇ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ବର୍ତ୍ତମାନ ସମୟରେ ଚେତନ କୁମାରଙ୍କ ଏହି ଟ୍ୱିଟ୍ର ହିନ୍ଦୁ ସଂଗଠନ ତରଫରୁ ତୀବ୍ର ବିରୋଧ କରାଯାଉଛି । ବଜରଙ୍ଗ ଦଳ ନେତା ଚେତନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଭଳି ବିବାଦକୁ ନେଇ ଚେତନ ଜାମିନ୍ରେ ଥିଲେ ।

Leave a Reply