Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଭ୍‌ ଜେହାଦ ପରେ ଅପହରଣ ଅଭିଯୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଭ୍‌ ଜେହାଦ ପରେ ଅପହରଣ ଅଭିଯୋଗ

ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଚର୍ଚ୍ଚିତ ଘଟଣା । ତ୍ରିପୁରା ରାଜ୍ୟ ପଶ୍ଚିମ ଅଗରତାଲା ଅଞ୍ଚଳର ଜଣେ ହିନ୍ଦୁ ସମ୍ପ୍ରଦାୟର ଯୁବତୀଙ୍କୁ ସ୍ଥାନୀୟ ବ୍ୟାସନଗର ଅଞ୍ଚଳର ଅହମ୍ମଦ ନଗରର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ପ୍ରେମ ଫାସରେ ଫସାଇଛନ୍ତି । ଯୁବକଙ୍କ ପ୍ରେମରେ ପଡ଼ିଥିବା ଏହି ଯୁବତୀ ଜଣକ ଗତ ପ୍ରାୟ ଦୁଇ ସପ୍ତାହ ତଳେ ଅହମ୍ମଦନଗରରେ ଆସି ରହିଥିବା ଜଣାପଡିଛି । ଯୁବକ ଜଣକ ସ୍ଥାନୀୟ ମୌଲାନା ମହମ୍ମଦ୍‌ ଜମାଲଉଦ୍ଦିନଙ୍କ ପୁଅ ମୋହିଉଦ୍ଦିନ୍‌ ବୋଲି ଜଣାପଡିଛି । ଉଭୟ ଯୁବକ ଓ ଯୁବତୀଙ୍କୁ ଅହମ୍ମଦନଗରର ମୌଲାନା ସ୍ଥାନୀୟ ଅଞ୍ଚଳର ଜଣେ ଓକିଲଙ୍କ ସହାୟତାରେ ବିବାହ ବନ୍ଧନରେ ବାନ୍ଧିବାକୁ ପ୍ରୟାସ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଯୁବକ ଜଣକ ଜଣେ ସାଧାରଣ ମେକାନିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଫେସବୁକ୍‌ ଓ ଅନ୍ୟ କୌଣସି ସୋସିଆଲ ମିଡିଆ ସହାୟତାରେ ନିଜକୁ ହିନ୍ଦୁ ସମ୍ପ୍ରଦାୟର ଏବଂ ନିଜକୁ ଜଣେ ଇଞ୍ଜିନିୟର ଭାବେ ମିଥ୍ୟା ପରିଚୟ ଦେଇ ତ୍ରିପୁରାରେ ଡାକ୍ତରୀ ପଢୁଥିବା ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଛନ୍ତି । ତେବେ ସମ୍ପୃକ୍ତ ମୌଲାନାଙ୍କୁ ଏନେଇ ପଚାରିବାରୁ ଯୁବତୀ ନିଜ ଇଚ୍ଛାରେ ଏରୋପ୍ଲେନରେ ଏଠାକୁ ଆସିଥିବା କହିଛନ୍ତି । ଯୁବତୀଙ୍କୁ ଘରକୁ ଫେରିଯିବାକୁ ସେ ବୁଝାସୁଝା କରିଥିବା କହିଛନ୍ତି । ମଙ୍ଗଳବାର ଯୁବତୀଙ୍କ ବାପା ଓ ପରିବାର ଲୋକେ ତ୍ରିପୁରାରୁ ଆସି ଯାଜପୁର ରୋଡ଼ ଥାନାରେ ପହଞ୍ଚôବା ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ଓ ଅହମ୍ମଦନଗର ବାସିନ୍ଦାମାନେ ଯୁବତୀଙ୍କୁ ଯାଜପୁର ରୋଡ଼ ଥାନାକୁ ହସ୍ତାନ୍ତର କରିଛନ୍ତି । ଯୁବତୀଙ୍କୁ ଥାନାରେ ରଖାଯାଇ ପଚରା ଉଚରା କରାଯାଉଛି । ତେବେ ପୁଲିସ୍‌ ପକ୍ଷରୁ ଯୁବକଙ୍କୁ ଏଯାଏ ଠାବ କରାଯାଇନାହିଁ । ସେପଟେ ଯୁବତୀଙ୍କ ପରିବାର ପକ୍ଷରୁ ତ୍ରିପୁରା ପୁଲିସ୍‌ ନିକଟରେ ଲଭ୍‌ ଜେହାଦ, ଅପହରଣ ଏବଂ ସୁନା ଅଳଙ୍କାର, ଟଙ୍କା ଆଦି ଚୋରିର ଅଭିଯୋଗ ଆସିବା ପରେ ତ୍ରିପୁରା ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଠାରେ ତ୍ରିପୁରା ପୁଲିସ୍‌ ପହଞ୍ଚôବା ପରେ ଯାଜପୁର ରୋଡ ପୁଲିସ୍‌ ଯୁବତୀଙ୍କୁ ହସ୍ତାନ୍ତର କରିବାର ଯୋଜନା ରହିଛି । ପରେ ତ୍ରିପୁରା ପୁଲିସ୍‌ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Leave a Reply