Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି


କୋଲକାତା: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ । ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା ବେଳେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି । ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ ନେଇଥିଲା । ମଙ୍ଗଳବାର ଇଡି ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ କୋର୍ଟ ଏହି ନିଦେ୍ର୍ଦଶ ଦେଇଥିଲେ । ଶୁଣାଣି ସମୟରେ ଇଡି କୋର୍ଟରେ ୧୪ ଦିନ ରିମାଣ୍ଡ ପାଇଁ ଦାବି କରିଥିଲେ ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ହେଲେ କୋର୍ଟ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ତେବେ ଆଜି ତାଙ୍କର ରିମାଣ୍ଡ ସରୁଥିବା ବେଳେ କୋର୍ଟରେ ହାଜର କରାଯାଇଥିଲା । ଟିଏମସିର ବୀରଭୂମ ଜିଲ୍ଲା ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା ।

Leave a Reply