Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅତି ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ୍ ସେବନ କରନ୍ତୁ ନାହିଁ : ଆଇଏମଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅତି ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ୍ ସେବନ କରନ୍ତୁ ନାହିଁ : ଆଇଏମଏ

ନୂଆଦିଲ୍ଲୀ : ଆଜିଥ୍ରୋମାଇସିନ୍ ଓ ଆମୋକ୍ସିକ୍ଲାଭ୍ ଭଳି ଆଣ୍ଟିବାୟୋଟିକ୍ ଠାରୁ ଦୂରେଇ ରହିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ ପକ୍ଷରୁ ଶୁକ୍ରବାର ଏକ ପରାମର୍ଶ ଜାରି କରାଯାଇଛି । ଆଇଏମଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ଶରଦ କୁମାର ଅଗ୍ରୱାଲ ଏବଂ ଅନ୍ୟ ସଦସ୍ୟମାନେ ଜାରି କରିଥିବା ପରାମର୍ଶରେ କୁହାଯାଇଛି ଯେ ଅତି ଆବଶ୍ୟକ ନଥିଲେ ଆଣ୍ଟିବାୟୋଟିକ ସେବନ ରୁ ଦୂରେଇ ରୁହନ୍ତୁ । ଋତୁକାଳୀନ ଜ୍ୱର କିମ୍ବା କାଶ ସମୟରେ ରୋଗୀଙ୍କୁ ଆଣ୍ଟିବାୟୋଟିକ ନ ଦେବାକୁ ମଧ୍ୟ ଆଇଏମଏ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଆଇଏମଏ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି ଯେ କେତେକ କ୍ଷେତ୍ରରେ କାଶ, ବାନ୍ତି, ବାନ୍ତି, ଗଳା ଯନ୍ତ୍ରଣା, ଜ୍ୱର, ଦେହ ଯନ୍ତ୍ରଣା ଓ ଡାଇରିଆ ଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି । ଏହି ସଂକ୍ରମଣ ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ତିନି ଦିନ ପରେ ଜ୍ୱର କମିଯାଏ, କିନ୍ତୁ କାଶ ତିନି ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏନସିଡିସିରୁ ମିଳିଥିବା ସୂଚନା ଅନୁଯାୟୀ, ଅଧିକାଂଶ ମାମଲା ଏଚ୩ଏନ୨ ଭୂତାଣୁ ସଂପର୍କିତ । ଆଇଏମ୍ଏ କହିଛି ଯେ ଇନଫ୍ଲୁଏନଜା ଏବଂ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ କାରଣରୁ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ଋତୁକାଳୀନ ଥଣ୍ଡା କିମ୍ବା କାଶ ହେବା ସାଧାରଣ କଥା । ଆହୁରି ଅନେକ ଆଣ୍ଟିବାୟୋଟିକ୍ର ଅପବ୍ୟବହାର ମଧ୍ୟ ହେଉଛି । ଉଦାହରଣସ୍ୱରୂପ ୭୦% ଡାଇରିଆ ହେଉଛି ଭୂତାଣୁ ଜନିତ ଡାଇରିଆ, ଯେଉଁଥିପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନାହିଁ କିନ୍ତୁ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ଦିଆଯାଉଛି । କୋଭିଡ୍ ସମୟରେ ଆଜିଥ୍ରୋମାଇସିନ୍ ଏବଂ ଆଇଭରମେକ୍ଟିନ୍ର ଅହେତୁକ ବ୍ୟବହାର କିପରି ଲୋକଙ୍କ ମଧ୍ୟରେ ଔଷଧ ପ୍ରତିରୋଧ ସୃଷ୍ଟି ହୋଇଛି ସେ ସଂପର୍କରେ ମଧ୍ୟ ଆଇଏମଏ ଚିନ୍ତା ପ୍ରକଟ କରିଛି ।

Leave a Reply