Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
- ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁନିଆର ଦ୍ୱିତୀୟ ମହାଶକ୍ତି ହେବାକୁ ଯାଉଛି ଭାରତ


ଅଷ୍ଟ୍ରେଲିଆର ପୂର୍ବତନ ପିଏମ କଲେ ଭବିଷ୍ୟତବାଣୀ ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଅବର୍ଟ ଭାରତକୁ ନେଇ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି । ଜି-୨୦ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଟୋନି ଅବର୍ଟ ଭବିଷ୍ୟତବାଣୀ କରି କହିଛନ୍ତି ଯେ, ଏହି ଅଧ୍ୟକ୍ଷତା ଭାରତକୁ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଗଣତାନ୍ତ୍ରିକ ମହାଶକ୍ତି ଭାବେ ନିଜକୁ ଉପସ୍ଥାପନ କରିବାରେ ସହଯୋଗ କରିବ । ସେ କେବଳ କ୍ଷେତ୍ରୀୟ ମହାଶକ୍ତି ହୋଇ ରହିବ ନାହିଁ ।
ଅଷ୍ଟ୍ରେଲିଆର ପୂର୍ବତନ ପିଏମ ଜି- ୨୦ର ଅଧ୍ୟକ୍ଷତାକୁ ଭାରତ ପାଇଁ ରଣନୈତିକ ଏବଂ କୂଟନୈତିକ ଯୁଗକୁ ଫେରିବାର ସଂକେତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ନାଟୋ ପରେ କ୍ୱାଡକୁ ଦ୍ୱିତୀୟ ସବୁଠୁ ବଡ଼ ଷ୍ଟ୍ରାଟେଜିକ୍ ଡେଭଲପମେଣ୍ଟ ବୋଲି ଅବର୍ଟ କହିଛନ୍ତି । ପିଏମ ମୋଦୀ ଏବଂ ଜାପାନର ପୂର୍ବତନ ଶିଞ୍ଜୋ ଆବେଙ୍କୁ ଏହାର ଜନକ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଅବର୍ଟ ବର୍ତ୍ତମାନ ଭାରତରେ ଅଛନ୍ତି । ରାଇୟିନା ଡାୟଲଗ ୨୦୨୩ରେ ଯୋଗ ଦେବା ପାଇଁ ଏଠାରେ ପହଞ୍ଚିଛନ୍ତି । କାର୍ଯ୍ୟକ୍ରମ ବାହାରେ ସେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଏହି ବଡ଼ କଥା କହିଛନ୍ତି । ଜି-୨୦ ଅଧ୍ୟକ୍ଷତା ଉପରେ ପୂର୍ବତନ ପିଏମ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଏହା ଭାରତକୁ କେବଳ କ୍ଷେତ୍ରୀୟ ଶକ୍ତି ନୁହେଁ ବରଂ ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରିକ ମହାଶକ୍ତି ଭାବେ ନିଜକୁ ଉପସ୍ଥାପନ କରିବାରେ ସହଯୋଗ କରିବ । ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ପର୍କ ଉପରେ ଟୋନି ଅବର୍ଟ କହିଛନ୍ତି ଯେ ସମୟ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହୋଇଛି । ଦୁଇ ଦେଶ ଗତ ବର୍ଷ ଇକୋନମିକ କର୍ପୋରେସନ ଆଣ୍ଡ ଟ୍ରେଡ୍ ଏଗ୍ରୀମେଣ୍ଟ ଅର୍ଥାତ୍ ଇସିଟିଏକୁ ଚୂଡାନ୍ତ ରୂପ ଦିଆଯାଇଥିଲା । ଏହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ମଜଭୁତ ସମ୍ପର୍କର ପ୍ରତୀକ ଅଟେ । ଅଷ୍ଟ୍ରେଲିଆ ମନ୍ତ୍ରୀମାନେ ଲଗାତାର ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି, ଯାହା ଭାରତ ସହ ସମ୍ପର୍କକୁ ଅଧିକ ମଜଭୁତ କରାଇବ ।

Leave a Reply