Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଆକ୍ରମଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଆକ୍ରମଣ

ସିଡ୍ନୀ : ଅଷ୍ଟ୍ରେଲିଆରେ ପୁଣି ଥରେ ହିନ୍ଦୁ ମନ୍ଦିରରେ ଆକ୍ରମଣ । ଶନିବାର ଦିନ ବ୍ରିସ୍ବେନ୍ରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଖାଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜୁ କରିଛନ୍ତି । ଯାହାଫଳରେ ମନ୍ଦିରରେ ଅନେକ କାରୁକାର୍ଯ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ଖବର ଅନୁଯାୟୀ, ଶନିବାର ବ୍ରିସ୍ବେନ୍ରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପୂଜା କରିବାକୁ ଆସିଥିବାବେଳେ ଏପରି ଅଘଟଣ ଘଟିଥିଲା । ଯାହାଫଳରେ ମନ୍ଦିରରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା । ଭଙ୍ଗାରୁଜା ବ୍ୟତୀତ ମନ୍ଦିର କାନ୍ଥରେ ଭାରତ ବିରୋଧରେ ମଧ୍ୟ ଲେଖା ହୋଇଥିଲା । ତେବେ ଏହି ଘଟଣା ପଛରେ ଖାଲିସ୍ତାନୀ ସମର୍ଥକଙ୍କ ହାତ ଥିବା ସନେ୍ଦହ କରାଯାଉଛି । ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ଏକାଧିକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣାର ଖବର ଆସିଛି । ସେହିପରି ଜାନୁଆରୀ ମାସରେ ଅଷ୍ଟ୍ରେଲିଆରେ ଏହିପରି ଭାବେ କିଛି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା । ମାତ୍ର ୧୫ ଦିନ ମଧ୍ୟରେ ତିନୋଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ଯାହାପରେ ଅଷ୍ଟ୍ରେଲିଆରେ ଥିବା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ସେତେବେଳେ ମଧ୍ୟ ମନ୍ଦିରରେ ଭଙ୍ଗାରୁଜା ସହିତ ଭାରତ ବିରୋଧରେ କିଛି ମନ୍ତବ୍ୟ ଲେଖା ହୋଇଥିଲା

Leave a Reply