Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି

ଶ୍ରୀନଗର: ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆସନ୍ତା ମାସରୁ ଆରମ୍ଭ ହେବ । ତେବେ ଏହାର ଯୋଜନା କରୁଥିବା ଏନ୍ଜିଓ ଭୂମି ପୂଜନ ପାଇଁ ଶିବାଜୀଙ୍କ ଦୁର୍ଗରୁ ମାଟି ଆଣିବ ବୋଲି ଜଣାପଡିଛି । ଭାରତ-ପାକିସ୍ଥାନ ଏଲଓସି ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ବୋଲି ଫେବୃୟାରୀ ୧୪ରେ ଅମହି ପୁଣେକର ଏନ୍ଜିଓ ପକ୍ଷରୁ ଏହି ଘୋଷଣା କରାଯାଇଥିଲା । ତେବେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହେବାର ଉଦେ୍ଦଶ୍ୟଶତ୍ରୁଙ୍କ ବିରୋଧରେ ଲଢୁଥିବା ସୈନ୍ୟମାନେ ତାଙ୍କ ପ୍ରତିମୂର୍ତ୍ତିକୁ ଦେଖି ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶ ଏବଂ ନୈତିକ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ହେବେ ।

Leave a Reply